ମୁଖ୍ୟ ଖବର

ଗରମରେ ସନ୍ତୁଳି ହେଉଛନ୍ତି ଅନୁଗୁଳବାସୀ: ଅଘୋଷିତ ବିଦ୍ୟୁତ୍ କାଟ୍ ବନ୍ଦ ପାଇଁ ଦାବି ପତ୍ର ପ୍ରଦାନ

By Angul TV Bureau

May 24, 2023

ଅନୁଗୁଳ: ବର୍ତ୍ତମାନ ପ୍ରବଳ ଗ୍ରୀଷ୍ମପ୍ରବାହ ସହ ରାଜ୍ୟରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି। ଅସହ୍ୟ ଗୁଳୁଗୁଳି ଓ ଗରମରେ ଲୋକେ ସନ୍ତୁଳି ହେଉଛନ୍ତି। ଏଭଳି ସ୍ଥିତିରେ ନିରବଚ୍ଛିନ୍ନ ଭାବେ ବିଦ୍ଯୁତ୍ ସେବା ଯୋଗାଇବା ପରିବର୍ତ୍ତେ ବିଭାଗ ଦୈନିକ ଘଣ୍ଟା ଘଣ୍ଟା ଅଘୋଷିତ ବିଦ୍ଯୁତ୍ କାଟ୍ କରୁଛି। ଏନେଇ ଏକ ପ୍ରତିନିଧି ଦଳ ବୁଧବାର ପୂର୍ବାହ୍ନରେ ବାସନ୍ତୀ ଦୁର୍ଗା ପଡିଆ ସ୍ଥିତ ବିଦ୍ୟୁତ୍ ଯୋଗାଣକାରୀ ସଂସ୍ଥା ଟିପିସିଓଡିଏଲ୍ କାର୍ଯ୍ଯାଳୟଠାରେ ପହଞ୍ଚି କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

ଏହି ପ୍ରତିନିଧି ଦଳରେ ସ୍ବେଚ୍ଛାସେବୀ ପର୍ଶୁରାମ ଦାଶ, ଆଦ୍ୟଶ୍ଳୋକ ମିଶ୍ର, ପ୍ରତାପ ମହାପାତ୍ର, ସୂର୍ଯ୍ୟ ନାରାୟଣ ନାଥ, ସାମାଜିକ କର୍ମୀ ଅଭୟ ରାୟ, ସୌମ୍ୟ ରଞ୍ଜନ ଦାଶ, ମାନସ ପାଳ, ବାପୁଜୀ ପ୍ରଧାନ, ସ୍ବରୂପ କୁମାର ପାଢୀ, ଗୁରୁ ଚରଣ ଗଡତିଆ, ଦିଗବିଜୟ ସାହୁ, ଶୁଭେନ୍ ସାମଲ, ବିଦ୍ଯୁତ୍ ଉପଭୋକ୍ତା ସମୀର କୁମାର ସାହୁ, ସୁମନ ବେହେରା, ମିଲନ ନାଏକ ପ୍ରମୁଖ ଉପସ୍ଥିତ ଥିଲେ।