ଅନ୍ୟାନ୍ୟ

ତାଳଚେରରେ ଶିକ୍ଷାର ବିକାଶ ନେଇ ଧର୍ମେନ୍ଦ୍ରଙ୍କୁ ଦାବିପତ୍ର

By Angul TV Bureau

September 28, 2021

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରରେ ଶିକ୍ଷାର ବିକାଶ ନେଇ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସୋମବାର ନୂଆଦିଲ୍ଲୀ ଠାରେ ଦାବିପତ୍ର ପ୍ରଦାନ କରାଯାଇଛି । ତାଳଚେର ଓକିଲ ସଂଘର ପୂର୍ବତନ ସଭାପତି ଦୟାସାଗର ମିଶ୍ର ଓ କିଶୋର କ୍ଲବ୍ ସାଧାରଣ ସମ୍ପାଦକ ଦୀପକ କୁମାର ଥମ୍ବ ପ୍ରମୁଖ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସମସ୍ୟା ନେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ନୂଆଦିଲ୍ଲୀ ଠାରେ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । ତାଳଚେର ସ୍ବୟଂଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟରେ ପରିଣତ କରାଯିବା, ଏମସିଏଲ୍ ନିର୍ମିତ ତାଳଚେର ମେଡ଼ିକାଲ କଲେଜକୁ ଯଥାଶୀଘ୍ର କାର୍ଯ୍ୟକ୍ଷମ କରାଯିବା, ତାଳଚେର ଟାଉନ ପରିସରରେ କେନ୍ଦ୍ରୀୟ ବିଦ୍ୟାଳୟ, ଆଇନ୍ ମହାବିଦ୍ୟାଳୟ ଓ ବିଇଡି ମହାବିଦ୍ୟାଳୟ ସ୍ଥାପନ କରିବା ଦିଗରେ ପଦକ୍ଷେପ ନେବାକୁ ଦାବିପତ୍ରରେ ଉଲ୍ଲେଖ କରାଯାଇଛି । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ତାଳଚେରର ଏହି ଦାବି ଗୁଡ଼ିକ ଉପରେ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି।