ଅନୁଗୁଳ: ଓଡ଼ିଶା ଫାର୍ମାସୀ ଅଧିକାରୀ ସଂଘ,ଅନୁଗୁଳ ଶାଖା ପକ୍ଷରୁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି।ସଂଘର ଦାବି ଅନୁସାରେ ଫାର୍ମାସୀ ଅଧିକାରୀ ମାନେ ସରକାରଙ୍କ ସ୍ୱାସ୍ଥ୍ୟ ଯୋଜନା ଗୁଡିକୁ ସଫଳତାର ସହ କାର୍ଯ୍ୟକାରୀ କରିଆସୁଛନ୍ତି।ନିରାମୟ ଔଷଧ ବଣ୍ଟନ,ଔଷଧ ଗୋଦାମର ସୁପରିଚାଳନା,ସାପ ଓ କୁକୁର କାମୁଡ଼ା ଟିକା ପ୍ରଦାନ ଠାରୁ ଆରମ୍ଭ କରି ମହାମାରୀ ସମୟରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତ ସେବା ପ୍ରଦାନ ଆଦି କରି ଆସୁଛନ୍ତି।
କିନ୍ତୁ ସରକାରଙ୍କ ଦରମା ହାର ପ୍ରଦାନ କ୍ଷେତ୍ରରେ ଅନେକ ଅସଙ୍ଗତି ଥିଲେ ମଧ୍ୟ ସେମାନଙ୍କ ନ୍ୟାଯ୍ୟ ଦାବି ପ୍ରତି ଯଥା ଯଥ ଦୃଷ୍ଟି ଦିଆଯାଉନାହିଁ। ଓଡ଼ିଶା ରାଜ୍ୟ ଦରମା ସଂଶୋଧନ ନିୟମ ୨୦୧୭ର ପେ ବ୍ୟାଣ୍ଡ-୨ ଅନୁସାରେ ଫାର୍ମାସୀ ଅଧିକାରୀଙ୍କ ଦରମା ସଂଶୋଧିତ ହାରରେ ଦେବାକୁ ସଂଘ ପକ୍ଷରୁ ଦାବି କରାଯାଇଛି।
ଏହି ଦାବି ପତ୍ର ଅନୁଗୁଳ ସିଡିଏମଓ ଡ଼ା ମଦନ ମୋହନ ପ୍ରଧାନଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା। ଦାବି ପତ୍ର ପ୍ରଦାନ ବେଳେ ସଂଘର ମୁଖ୍ୟ ଉପଦେଷ୍ଟା ମହମ୍ମଦ ଆସଲାମଙ୍କ ସମେତ ସଭାପତି ସଞ୍ଜୟ କୁମାର ପ୍ରଧାନ, ଉପସଭାପତି ପ୍ରଦ୍ୟୁମ୍ନ କୁମାର ସାହୁ,କୋଷାଧ୍ୟକ୍ଷ ସୂଚିତ କୁମାର ଗଡ଼ନାୟକ,ଅଜିତ୍ କୁମାର ସାହୁ,ସ୍ମୃତିରଞ୍ଜନ ସାହୁ,ବିଷ୍ଣୁଚରଣ ସାହୁ,ଚିନ୍ମୟ କୁମାର ପଟ୍ଟନାୟକ,ହରିପ୍ରିୟା ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।