ଅନ୍ୟାନ୍ୟ

ପୁରୁଣା ପେନ୍‌ସନ୍ ଦାବିରେ ଏଡିଏମ୍‌ଙ୍କୁ ଦାବିପତ୍ର

By Biswaranjan Pattnaik

August 02, 2025

ଅନୁଗୁଳ: ନୂତନ ପେନ୍‌ସନ୍‌ ଯୋଜନା ଓ ଏକିକୃତ ପେନସନ ଯୋଜନାକୁ ବାତିଲ କରି ପୁରୁଣା ପେନସନ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଆଜି ରାଜ୍ୟର ୩୨ ଟି ବିଭାଗର ହଜାର ହଜାର ଏନ୍‌ପିଏସ୍ କର୍ମଚାରୀ ମାନେ ପ୍ରତିବାଦ କରିଛନ୍ତି।

ଅନୁଗୁଳରେ କର୍ମଚାରୀ ସଂଘର ସଭାପତି ମୀନକେତନ ମହାପାତ୍ର ଏବଂ ସମ୍ପାଦକ ଦେବାନନ୍ଦ ସାହୁ ଙ୍କୁ ନେତୃତ୍ୱରେ ଶତାଧିକ କର୍ମଚାରୀ ଜିଲ୍ଲା କାର୍ଯ୍ୟାଳୟରେ ପହଞ୍ଚି ନୂତନ ପେନସନ ଯୋଜନାକୁ ବାତିଲ କରିବା ପାଇଁ ଦାବି କରିଥିଲେ। ସେମାନେ ପୁରୁଣା ପେନସନ ଯୋଜନାକୁ ଲାଗୁ କରିବାକୁ ଏକ ସ୍ମାରକ ଅନୁଗୁଳ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରିତିମୟଙ୍କୁ ପ୍ରଦାନ କରିଥିଲେ।ଏନ୍‌ପିଏସ୍ କର୍ମଚାରୀ ମାନେ ଏବେ ୨୦୦୦ ରୁ ୨୫୦୦ ଭିତରେ ପେନସନ ପାଉଛନ୍ତି। ଏଥିରେ ସାମାଜିକ ସୁରକ୍ଷା ସମ୍ଭବ ହୋଇ ପାରୁନାହିଁ। ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନେସନାଲ ପେନ୍‌ସନ୍‌ ସିଷ୍ଟମ ଯାଗାରେ ୟୂପିଏସ୍‌ ପ୍ରଚଳନ କରିବା ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି। ଏହାଦ୍ବାରା କର୍ମଚାରୀ ମାନେ ବହୁ କ୍ଷତି ସହିବେ।

ଏଣୁ କର୍ମଚାରୀ ବିରୋଧୀ ନୀତିକୁ ପରିହାର କରି ପୁରୁଣା ପେନ୍‌ସନ‌୍ ନୀତି ଲାଗୁ ନକଲେ କର୍ମଚାରୀ ମାନେ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ରତର କରିବେ ବୋଲି ଚେତାବନୀ ଦେଇଛନ୍ତି।ଏହି ସ୍ମାରକ ପ୍ରଦାନ ବେଳେ ପ୍ରଶାନ୍ତ ପୃଷ୍ଟି,ମିନତି ମିଶ୍ର,ରତ୍ନପ୍ରଭା ରଥ,ଦିଲୀପ ସାହୁ,ଲଳିତ ବେହେରା,ସୁଶୀଲ ପ୍ରଧାନ,ପ୍ରାଣବନ୍ଧୁ ସାହୁ,ପ୍ରଭାତ ସେଠି,ମାନସ ରଞ୍ଜନ ସାହୁ ଓ ଅନ୍ୟ ବହୁ କର୍ମଚାରୀ ନେତା ଉପସ୍ଥିତ ଥିଲେ।