ଅନ୍ୟାନ୍ୟ

ଆବାସ ଯୋଜନା ଟଙ୍କା ପାଇଁ ତାଳଚେର ଯୁବ ସଂଗଠନ ପକ୍ଷରୁ ନିର୍ବାହୀ ଅଧିକାରୀଙ୍କୁ ଦାବିପତ୍ର

By Angul TV Bureau

September 28, 2022

ତାଳଚେର: ତାଳଚେର ସହରାଞ୍ଚଳରେ ବସବାସ କରୁଥିବା ଗରିବ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ନିର୍ମାଣ ପାଇଁ ପୌର ପରିଷଦ ପକ୍ଷରୁ ଆଦେଶନାମା ମିଳିଥିବାରୁ ସେମାନେ ଘର ତିଆରି ବି ଆରମ୍ଭ କରିଛନ୍ତି। କିନ୍ତୁ ଏବେ ଯାଏଁ ଆବାସ ଯୋଜନାର ପ୍ରଥମ କିସ୍ତି ମିଳିନାହିଁ। ଏନେଇ ବାରମ୍ବାର ଦାବି ପରେ ବି ଟଙ୍କା ମିଳିନଥିବାରୁ ହିତାଧିକାରୀ ଘର କାମ ସମ୍ପୂର୍ଣ୍ଣ କରିପାରୁନାହାନ୍ତି।

ଏଣୁ ମଙ୍ଗଳବାର ତାଳଚେର ଯୁବ ସଂଗଠନ ପକ୍ଷରୁ ସଭାପତି ତୁଷାର କୁମାର ସାହୁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ନିର୍ବାହୀ ଅଧିକାରୀ ରଶ୍ମିରେଖା ଅମାନ୍ତଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଛନ୍ତି। ଖୁବ୍ ଶୀଘ୍ର ହିତାଧିକାରୀଙ୍କୁ ପ୍ରଥମ କିସ୍ତି ଟଙ୍କା ମିଳିବ ବୋଲି ନିର୍ବାହୀ ଅଧିକାରୀ ପ୍ରତିଶ୍ରୁତି ଦେଇଛନ୍ତି। ଦାବିପତ୍ର ପ୍ରଦାନ ବେଳେ ଉପଦେଷ୍ଟା ତଥା ବିଜେପି ଯୁବନେତା ଇଂ ମନୋଜ କୁମାର ପ୍ରଧାନ, ଦେଉଳବେଡା ତେଲିସାହି ଗ୍ରାମ୍ୟ ସଭାପତି ନବକିଶୋର ସାହୁ, କାଉନ୍‌ସିଲର ସ୍ୱାଧୀନ ଥମ୍ବ, ହାଡିବନ୍ଧୁ ପୃଷ୍ଟି, ଅଶୋକ ସାହୁ, ଜିତେନ୍ଦ୍ର ସାହୁ, କବି ସାହୁ, ମିଟୁ ବେହେରା, ସନ୍ତୋଷ ସାହୁ, ଅମିତ୍ ବେହେରା, ସୁଶାନ୍ତ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।