ଅନ୍ୟାନ୍ୟ

କଣିହାଁ ଅଞ୍ଚଳର ସମସ୍ୟା ନେଇ ତହସିଲଦାରଙ୍କୁ ଦାବିପତ୍ର

By Angul TV Bureau

December 05, 2025

କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ କଣିହାଁ ଆକ୍ଟିଭ ମିଡ଼ିଆ ୟୁଥ କ୍ଲବ ତରଫରୁ କଣିହାଁ ଅଞ୍ଚଳର ବିଭିନ୍ନ ସମସ୍ୟାକୁ ନେଇ ୬ ଦଫା ସମ୍ବଳିତ ଏକ ଦାବିପତ୍ର କଣିହାଁ ତହସିଲଦାରଙ୍କୁ ଦିଆଯାଇଛି।ସୂଚନାଯୋଗ୍ୟ ଯେ, କଣିହାଁ ଅଞ୍ଚଳରୁ ଶହ ଶହ କୋଟି ଟଙ୍କା ରାଜସ୍ବ ଯାଉଥିବା ବେଳେ କଣିହାଁ ଅଞ୍ଚଳରେ ଗମନାଗମନ ପାଇଁ ଭଲ ରାସ୍ତା ଟିଏ ନାହିଁ। ମେଡିକାଲରେ ଡାକ୍ତର ନାହିଁ କି ଶବ ବ୍ୟବେଚ୍ଛେଦ ପାଇଁ ଘର ଟିଏ ନାହିଁ। ଶିକ୍ଷା କ୍ଷେତ୍ରରେ ମଧ୍ୟ କିଛି ସୁବିଧା ନାହିଁ। ଏଭଳି ଅନେକ ସମସ୍ୟାର କିପରି ସମାଧାନ ହୋଇପାରିବ ସେ ସମ୍ପର୍କରେ ପ୍ରଶାସନିକ ସ୍ତରରେ ଆଲୋଚନା ମଧ୍ୟ କରାଯାଇଥିଲା।