ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ବଇଣ୍ଡା ଅଞ୍ଚଳରେ ପ୍ରାଣୀ ଚିକିତ୍ସାଳୟ ଖୋଲିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି। ବରିଷ୍ଠ ବିଜେପି ନେତା ଅରବିନ୍ଦ ସାହୁ ଅନୁଗୁଳ ଜିଲ୍ଲା ପ୍ରଭାରୀ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ଜରିଆରେ ଏହି ଦାବି ପତ୍ର ପ୍ରଦାନ କରିଛନ୍ତି।
ଅଭିଯୋଗ ମୁତାବକ, ବଇଣ୍ଡା ଏକ ଜନ ଗହଳିପୂର୍ଣ୍ଣ ଅଞ୍ଚଳ। ଏଠାରେ ଥିବା ପ୍ରାଣୀ ଚିକିତ୍ସାଳୟକୁ ୨୦୧୮ ମସିହାରେ ଜାତୀୟ ରାଜପଥ ସଂପ୍ରସାରଣ ପାଇଁ ଭାଙ୍ଗି ଦିଆଯାଇଥିଲା। ଇତି ମଧ୍ୟରେ ଦୀର୍ଘ ୮ ବର୍ଷ ବିତିଯାଇଥିଲେ ମଧ୍ୟ ନିର୍ମାଣ ପାଇଁ ପ୍ରଶାସନ କିମ୍ବା ପଶୁ ସମ୍ପଦ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହି। ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଏହି ପ୍ରାଣୀ ଚିକିତ୍ସାଳୟ ଉପରେ ନୁନୁକାପସି, ବଇଣ୍ଡା, ଜାମୁନାଳି ଆଦି ପଞ୍ଚାୟତ ନିର୍ଭରଶୀଳ। ସେମାନଙ୍କୁ ସଠିକ ସେବା ମିଳିପାରୁନାହିଁ। ତେଣୁ ତୁରନ୍ତ ପ୍ରାଣୀ ଚିକିତ୍ସାଳୟ ନିର୍ମାଣ କରିବା ପାଇଁ ସେ ଦାବି କରିଛନ୍ତି।