ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଡାକ୍ତର ଅଭାବକୁ ଦୃଷ୍ଟିରେ ରଖି ଆଜି ବିଜେପି ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକ ଓ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଭୁବନେଶ୍ୱରରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କୁ ଡାକ୍ତର ନିଯୁକ୍ତି କରିବା ପାଇଁ ଦାବି ପତ୍ର ପ୍ରଦାନ କରିଛନ୍ତି।
ତାଳଚେର ଉପଖଣ୍ଡ ସରକାରୀ ଡାକ୍ତରଖାନା ଉପରେ ଲକ୍ଷାଧିକ ଲୋକ ନିର୍ଭର କରୁଥିବା ବେଳେ ଏଠାରେ ମାତ୍ର ୭ ଜଣ ଡାକ୍ତର ଅଛନ୍ତି। ଏଠାକୁ ଦିନକୁ ୩୫୦ ରୋଗୀ ଆସୁଛନ୍ତି। ଏଣୁ ୫୦ ଡାକ୍ତର ପଦବୀ ଅଛିମ କିନ୍ତୁ ମାତ୍ର ୭ ଜଣ ଡାକ୍ତରରେ ଚାଲିଛି ରୋଗୀ ସେବା। ତା’ ସହ ଗୋଟିଏ ଦୁଇଟି ବିଭାଗ ବ୍ୟତୀତ ଅନ୍ୟ କୌଣସି ବିଭାଗରେ ସ୍ପେଶାଲିଷ୍ଟ ଡାକ୍ତର ନାହାନ୍ତି। ସେହିପରି ଆବଶ୍ୟକ ପାରା ମେଡିକାଲ ଷ୍ଟାଫ, ଯନ୍ତ୍ରପାତି ମଧ୍ୟ ନାହିଁ। ଏଣୁ ସାଧାରଣ ଲୋକ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଜିଲ୍ଲାରେ ସ୍ୱାସ୍ଥ୍ୟ ବିଭାଗରେ ଖାଲି ଥିବା ପଦ ପୂରଣ ପାଇଁ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ବିଜେପି ଜିଲ୍ଲା ସଭାପତି ଓ ଅନୁଗୁଳ ବିଧାୟକ।