ମୁଖ୍ୟ ଖବର

ଜରପଡ଼ାକୁ ବ୍ଲକ୍ ମାନ୍ୟତା ଦାବି, ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ନିଷ୍ପତ୍ତି

By Angul TV Bureau

February 03, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ଅନ୍ତର୍ଗତ ଜରପଡାକୁ ବ୍ଲକ୍ ମାନ୍ୟତା ଦାବିରେ ଆଜି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସ୍ଥାନୀୟ ଧବଳେଶ୍ୱର ମନ୍ଦିରରେ ଏକ ବୈଠକ ବସିଛି। ବୈଠକରେ ନୂତନ ବ୍ଲକ୍ ଗଠନ ଏବ ଅନ୍ୟାନ୍ୟ ଆନୁଷଙ୍ଗିକ ଦାବି ସମ୍ପର୍କରେ ମୁଖ୍ୟମନ୍ତ୍ରୀ, ବିଭାଗୀୟ ମନ୍ତ୍ରୀ ଓଡ଼ିଶା ଓ କେନ୍ଦ୍ର ମନ୍ତ୍ରୀଙ୍କୁ ଜିଲ୍ଲାପାଳଙ୍କ ଜରିଆରେ ଦାବି ଜଣାଇବା ପାଇଁ ସ୍ଥିର ହୋଇଛି।ବୈଠକରେ ଆଞ୍ଚଳିକ ବିକାଶ ପରିଷଦ ଓ କ୍ରିୟାନୁଷ୍ଠାନ କମିଟି ସଭାପତି ସୁଦୀପ ଗଡ଼ନାୟକ, ସମ୍ପାଦକ ନୀଳକଣ୍ଠ ସାହୁଙ୍କ ସମେତ ସମସ୍ତ ସଦସ୍ୟ ତଥା କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।