ମୁଖ୍ୟ ଖବର

ଖଣିରେ ନିଯୁକ୍ତି ଦେବାକୁ ଜମିହରା ପ୍ରଜାଙ୍କ ଦାବି: ଭୁବନେଶ୍ୱରୀ କୋଇଲା ଖଣି ସାଇଲୋରେ ଆନ୍ଦୋଳନରେ ବସିଛନ୍ତି ଶତାଧିକ ଯୁବକ

By Angul TV Bureau

October 10, 2024

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଭୁବନେଶ୍ୱରୀ କୋଇଲା ଖଣି ସାଇଲୋରେ ନିଯୁକ୍ତି ଦାବିରେ ଖଣି କ୍ଷତିଗ୍ରସ୍ତ ହେସମୂଳ ଗ୍ରାମର ଶତାଧିକ ବେକାର ଯୁବକ ଆନ୍ଦୋଳନ କରିଛନ୍ତି।

ସୂଚନା ମୁତାବକ, ଜମିବାଡ଼ି ହରାଇ ବେକାର ହୋଇ ବସିଥିବା ଯୁବକମାନେ ଦୀର୍ଘ ଦିନ ଧରି କୋଇଲା ଖଣି କର୍ତ୍ତୃପକ୍ଷ, ପ୍ରଶାସନ ଓ ବିଭିନ୍ନ ଠିକା କମ୍ପାନୀକୁ ଠିକା ନିଯୁକ୍ତି ପାଇଁ ଅବଗତ କରାଇ ଆସୁଥିଲେ ମଧ୍ୟ କିଛି ଫଳ ନ ମିଳିବାରୁ ବାଧ୍ୟ ହୋଇ ଆନ୍ଦୋଳନ କରିଛନ୍ତି। ଏ ନେଇ ଖଣି କର୍ତ୍ତୃପକ୍ଷ ପୋଲିସ୍‌ରେ ଅଭିଯୋଗ କରିବା ପରେ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିଥିଲେ ମଧ୍ୟ ଖବର ଲେଖା ହେଲା ବେଳକୁ କୌଣସି ସମାଧାନ ହୋଇ ପାରିନଥିବା ଜଣାପଡ଼ିଛି।