ଅନୁଗୋଳ: ଗତ କିଛି ମାସ ତଳେ ତରଳ ନାଇଟ୍ରୋଜେନ ଯୁକ୍ତ ଖାଦ୍ୟ ଖାଇ ଭୁବନେଶ୍ୱରରେ ଜଣେ ଗୁରୁତର ହେବା ପରେ ଏଥିନେଇ ଚର୍ଚ୍ଚା ବଢିଛି। ଚିକିତ୍ସକ ମାନଙ୍କ ମତରେ ଏହି ଖାଦ୍ୟ ବ୍ୟକ୍ତି ଶରୀରର ଟିସୁ ଗୁଡିକୁ ନଷ୍ଟ କରିବା ସହ ବିଭିନ୍ନ ପାର୍ଶ୍ୱ ପ୍ରତିକ୍ରିୟା ସୃଷ୍ଟି କରିଥାଏ।
ବାହାଘର, ମେଳା,ମହୋତ୍ସବ ଗୁଡିକରେ ଏହି କୌତୁକିଆ ଖାଦ୍ୟ ପ୍ରତି ପିଲା ଓ ଯୁବ ପୀଢ଼ି ବିଶେଷ ଆକୃଷ୍ଟ ହୋଇଥାନ୍ତି। ଏବେ ପାର୍ବଣ ଋତୁ ଆସୁଥିବାରୁ ଏହାର ବ୍ୟବହାର ନେଇ କଟକଣା ସୃଷ୍ଟି କରିବାକୁ ଅନୁଗୋଳର କିଛି ସ୍ୱେଚ୍ଛାସେବୀ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଗତ ବୁଧବାର ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି।ସ୍ବେଚ୍ଛାସେବୀ ରୁକେସ ରୋଶନ ଦାସ, ପର୍ଶୁରାମ ଦାଶ, ପ୍ରତାପ ମହାପାତ୍ର, ସୁଶାନ୍ତ ସେଠୀ, ବିଶ୍ୱଜିତ୍ ବିଶ୍ଵାଳ ପ୍ରମୁଖ ଏହି ଦାବି ପତ୍ରରେ ସ୍ୱାକ୍ଷର କରିଛନ୍ତି ।