ମୁଖ୍ୟ ଖବର

ପ୍ରତି ପଞ୍ଚାୟତରେ ପୁସ୍ତକାଳୟ ସ୍ଥାପନ ନିମନ୍ତେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦାବି ପତ୍ର

By Angul TV Bureau

February 27, 2025

ଅନୁଗୁଳ: ପ୍ରତି ପଞ୍ଚାୟତରେ ପୁସ୍ତକାଳୟ ସ୍ଥାପନ ନିମନ୍ତେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁଗୁଳ ଗସ୍ତରେ ଥିବା ବେଳେ ଜିଲ୍ଲା ପରିଷଦ ସଭ୍ୟ ଗୋପାଳ ନାଏକ ତାଙ୍କୁ ଦେଶର ପ୍ରତି ପଞ୍ଚାୟତରେ ଏକ ପୁସ୍ତକାଳୟ ସ୍ଥାପନ ନିମନ୍ତେ ସ୍ମାରକପତ୍ର ପ୍ରଦାନ କରିଛନ୍ତି।

ସେ କହିଛନ୍ତି, ପୁସ୍ତକାଳୟ ହେଲେ ଛାତ୍ରଛାତ୍ରୀଙ୍କ ସହିତ ଅବସରପ୍ରାପ୍ତ ବ୍ୟକ୍ତି ମାନେ ବହି ପଢିବାର ସୁଯୋଗ ପାଇବେ। ଏଥିସହ ବିଭିନ୍ନ ପ୍ରତିଯୋଗିତା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଯୁବକ ଯୁବତୀଙ୍କୁ ମଧ୍ୟ ସାହାଯ୍ୟ ମିଳିବ।ଏଣୁ ଭାରତ ବର୍ଷର ପ୍ରତ୍ୟେକ ପଞ୍ଚାୟତରେ ଗୋଟିଏ ଗୋଟିଏ ପୁସ୍ତକାଳୟ ଖୋଲିବାକୁ ଜିଲ୍ଲା ପରିଷଦ ଗୋପାଳ ନାଏକ ଦାବି କରିଥିବା କହିଛନ୍ତି।