ମୁଖ୍ୟ ଖବର

ସର୍ଭିସ ରୋଡ୍ ପାର୍ଶ୍ବରେ ଏଯାଏଁ ହୋଇନି ୱାଲ କାମ, ଅସରାଏ ବର୍ଷାରେ ରାସ୍ତାରୁ ଧୋଇଗଲାଣି ମାଟି

By Angul TV Bureau

May 05, 2025

ଅନୁଗୁଳ: କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥ କିଶୋରନଗର ବ୍ଲକ ଲୁହାମୁଣ୍ଡାରେ ନିର୍ମିତ ସର୍ଭିସ ରାସ୍ତା ପାର୍ଶ୍ବରେ ୱାଲ କାମ ହୋଇନାହିଁ। ଫଳରେ ରାସ୍ତା କଡ଼ରୁ ମାଟି ଖସି ପଡୁଛି। ସାମାନ୍ୟ ବର୍ଷା ହେଲେ ବର୍ଷା ଜଳରେ ମାଟି ଧୋଇ ହୋଇ ଯାଉଛି। ଫଳରେ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।ଗ୍ରାମବାସୀ କହିଛନ୍ତି, ଲୁହାମୁଣ୍ଡାରେ ଫ୍ଲାଏ ଓଭର ବ୍ରିଜ ନିର୍ମାଣ କରାଯାଇଛି। ଠିକାସଂସ୍ଥା ପକ୍ଷରୁ ଉଭୟ ପାର୍ଶ୍ବରେ ୨ଟି ସର୍ଭିସ ରାସ୍ତା ନିର୍ମାଣ କରାଯାଇଛି। ହେଲେ ସର୍ଭିସ ରାସ୍ତା ପାର୍ଶ୍ବରେ ୱାଲ ନିର୍ମାଣ କରାଯାଇନାହିଁ। ଫଳରେ ସାମାନ୍ୟ ବର୍ଷାରେ ମାଟି ଧୋଇଯାଉଛି। ସର୍ଭିସ ରାସ୍ତା ନିର୍ମାଣ ପାଇଁ ଅଞ୍ଚଳବାସୀ ଠିକାସଂସ୍ଥା, ଜାତୀୟ ରାଜପଥ ବିଭାଗକୁ ଅଭିଯୋଗ କରିଛନ୍ତି। କିନ୍ତୁ ଏବେ ଯାଏଁ କୌଣସି ସୁଫଳ ମିଳୁନାହିଁ। ଫଳରେ ଅସନ୍ତୋଷ ଜାହିର କରିଛନ୍ତି ସ୍ଥାନୀୟ ଲୋକେ।