ଅନ୍ୟାନ୍ୟ

ସଂସଦ ଭବନର ନାଁ ବାବା ସାହେବ ଆମ୍ବେଦକରଙ୍କ ନାମରେ କରିବାକୁ ଦାବି ନେଇ ପଦଯାତ୍ରା

By Angul TV Bureau

November 21, 2022

ଅନୁଗୁଳ: ଅଖିଳ ଭାରତୀୟ ପରିସଂଘର ତତ୍ତ୍ଵାବଧାନରେ ସଂସଦ ଭବନର ନାଁ ବାବା ସାହେବ ଡାକ୍ତର ଆମ୍ବେଦକରଙ୍କ ନାମରେ ନାମିତ କରିବାକୁ ଦାବି ହୋଇଛି। ଆସନ୍ତା ୨୮ ତାରିଖରେ ଦିଲ୍ଲୀରେ ଏ ନେଇ ଆନ୍ଦୋଳନ ହେବାକୁ ଯାଉଥିବାରୁ ତାଳଚେର ଶାଖା ପକ୍ଷରୁ ଆଜି ତାଳଚେର ସେଣ୍ଟ୍ରାଲ କଲୋନୀ ଠାରୁ ଏକ ପଦଯାତ୍ରା ଆରମ୍ଭ ହୋଇ ବଲଣ୍ଡା ଯାଏଁ ପହଞ୍ଚିଥିଲା।

ସମ୍ବିଧାନ ବଞ୍ଚାଅ, ଇଭିଏମ୍, ଘରୋଇକରଣ ଏବଂ ବେରୋଜଗାରୀକୁ ନେଇ ଆଗକୁ ଆନ୍ଦୋଳନ ଜାରି ରହିବ ବୋଲି ପରିସଂଘ ତାଳଚେର ଶାଖାର କାର୍ଯ୍ୟକର୍ତ୍ତା ସୂଚନା ଦେଇଛନ୍ତି। ଆଜିର ଏହି କାର୍ଯ୍ୟକ୍ରମରେ ଓମେନ୍ସ ୱିଙ୍ଗର ସଭାପତି ଏଲ ମାଣିକ୍ୟ ପ୍ରଭା, ସାଧାରଣ ସମ୍ପାଦିକା ନନ୍ଦିନୀ ନାଏକ, ଉପ ସଭାପତି କନକଲତା ନାୟକ, ସୂର୍ଯ୍ୟକାନ୍ତୀ ନାଏକ, ଉପଦେଷ୍ଟା ହିରରାଣୀ ନାୟକ, ସମ୍ପାଦକ ଭାରତୀ ବେହେରା, ମୁଖ୍ୟ ୱିଙ୍ଗର ଉପ ସଭାପତି ଅଭିରାମ ନାଏକ, ଚତୁରାନନ ନାଏକ, ମେମ୍ବର ସରୋଜ ନାଏକ, ସୁଭଦ୍ରା ନାଏକ, ପ୍ରତାପ ନାଏକ, ଅଶୋକ ନାଏକ, ହେମନ୍ତ ବେହେରା, ରମେଶ ନାଏକ, ପ୍ରଶାନ୍ତ ନାଏକ ପ୍ରମୁଖ ଉପସ୍ଥିତ ଥିଲେ।