ଅନ୍ୟାନ୍ୟ

ଠିକାପ୍ରଥା ଉଚ୍ଛେଦ ସହ ନିଯୁକ୍ତିକୁ ନିୟମିତ କରିବା ଦାବି: କନିଷ୍ଠ ଶିକ୍ଷକ ସଂଘର ଦାବିପତ୍ର ପ୍ରଦାନ

By Angul TV Bureau

August 13, 2025

ଅନୁଗୁଳ: ଠିକା ନିଯୁକ୍ତିରୁ ମୁକ୍ତ କରି ନିୟମିତ କରିବା, ସ୍କିମାଟିକ ପ୍ରଥା ଉଚ୍ଛେଦ ସହ ଉଚ୍ଚ ଶିକ୍ଷା ପାଇଁ NOC ପ୍ରଦାନ ଆଦି ଦାବି ନେଇ ଅନୁଗୁଳ ଜିଲ୍ଲା ଓଡ଼ିଶା କନିଷ୍ଠ ଶିକ୍ଷକ ସଂଘ ପକ୍ଷରୁ ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଏଥିସହ ବିଧାନସଭା କମିଟି ସୁପାରିସ କରିଥିବା ନିଷ୍ପତ୍ତି ତଥା ଅଗଷ୍ଟ ଦୁଇ ତାରିଖରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ବାରା ପ୍ରକାଶିତ ଚିଠିକୁ ତୁରନ୍ତ ମୁଖ୍ୟମନ୍ତ୍ରୀ ଅନୁମୋଦିତ କରି କାର୍ଯ୍ୟକାରୀ କରନ୍ତୁ ବୋଲି କନିଷ୍ଠ ଶିକ୍ଷକମାନେ ଦାବି କରିଛନ୍ତି।

ନିକଟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ପ୍ରକାଶିତ ଚିଠିରେ ନିଆଯାଇଥିବା ନିଷ୍ପତ୍ତିକୁ ପ୍ରତ୍ୟାହାର କରାଯାଇଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛି ଓଡ଼ିଶା କନିଷ୍ଠ ଶିକ୍ଷକ ସଂଘ।