ଅନ୍ୟାନ୍ୟ

ତାଳଚେର ସମେତ ଅନ୍ୟ ଆଭ୍ୟନ୍ତରୀଣ ଅଞ୍ଚଳକୁ ଓଏସ୍‌ଆରଟିସି ବସ ଚଲାଇବାକୁ ଜିଲ୍ଲାପାଳଙ୍କୁ ଦାବି

By Angul TV Bureau

August 23, 2022

ତାଳଚେର: ଅନୁଗୁଳକୁ ଆସୁଥିବା ସରକାରୀ ଓଏସ୍‌ଆରଟିସି ବସ୍ ଗୁଡିକୁ ତାଳଚେର ବସ ଷ୍ଟାଣ୍ଡ ଓ ଆଭ୍ୟନ୍ତରୀଣ ଅଞ୍ଚଳକୁ ଚଲାଇବାକୁ ଆଜି ଜନ ବିକାଶ କଲ୍ୟାଣ ସଂଘ ପକ୍ଷରୁ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କୁ ଦାବି କରାଯାଇଛି।

ଦାବି ପତ୍ରରେ କୁହାଯାଇଛି ଯେ ତାଳଚେର ଉପଖଣ୍ଡ ମଧ୍ୟରେ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଖଣି ଖାଦାନ ସହ ଅନେକ ସରକାରୀ ଓ ଘରୋଇ କଳାକାରଖାନା ଗଢ଼ି ଉଠିଛି। ଫଳରେ ଦେଶର କୋଣ ଅନୁକୋଣର ଲୋକ ଆସି ଏଠାରେ ରହୁଛନ୍ତି। କିନ୍ତୁ ଆଜି ଯାଏଁ ଏଠାରେ ଗମନାଗମନର ସୁବିଧା ହୋଇପାରିନାହିଁ। ଏଣୁ ଅନୁଗୁଳ ବସ ଷ୍ଟାଣ୍ଡ ଯାଏଁ ଆସୁଥିବା ସରକାରୀ ବସ ଓଏସ୍ଆରଟିସି ସେବାକୁ ତାଳଚେରରେ ଯୋଗାଇବାକୁ ସଂଘ ଅନୁରୋଧ କରିଛି।

ଆଜିର ଦାବିପତ୍ର ପ୍ରଦାନ ବେଳେ ସଭାପତି ଭୂପେନ୍ ଥମ୍ବ, ସାଧାରଣ ସଂପାଦକ ଦ୍ରୁମଦ ପ୍ରଧାନ, ସରୋଜ ଧର, ଅଭୟ ପାଣି, ଜିତେନ୍ଦ୍ର ମହାପାତ୍ର, ସଂଜୟ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।