ଅନ୍ୟାନ୍ୟ

ଅନୁଗୁଳରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଲାଗି କେନ୍ଦ୍ର ମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ

By Angul TV Bureau

May 21, 2023

ଅନୁଗୁଳ: ଉଚ୍ଚ ଶିକ୍ଷାର ସୁବିଧା ଓ ଉନ୍ନତି ନିମନ୍ତେ ଜିଲ୍ଲା ସ୍ବେଚ୍ଛାସେବୀ ମାନଙ୍କ ତରଫରୁ କେନ୍ଦ୍ର ଶିକ୍ଷା ତଥା ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଜିଲ୍ଲାରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଗଲେ ଛାତ୍ରଛାତ୍ରୀମାନେ ଉଚ୍ଚ ଶିକ୍ଷା ଗ୍ରହଣ କରିପାରିବେ ବୋଲି ଏକ ସ୍ମାରକପତ୍ର ଜରିଆରେ ଅନୁଗୁଳ ଗସ୍ତରେ ଥିବା ମନ୍ତ୍ରୀ ନିକଟରେ ଜିଲ୍ଲା ସ୍ବେଚ୍ଛାସେବୀ ଦାବି ରଖିଛନ୍ତି। ଅନ୍ୟମାନଙ୍କ ସ୍ବେଚ୍ଛାସେବୀ ପର୍ଶୁରାମ ଦାଶ, ପ୍ରତାପ ମହାପାତ୍ର, ଆଦିତ୍ୟ ମିଶ୍ର,ଜୟନ୍ତ କର, ଗୁରୁଚରଣ ଗଡତିଆ ପ୍ରମୁଖ ସ୍ମାରକପତ୍ର ପ୍ରଦାନ ବେଳେ ଉପସ୍ଥିତ ଥିଲେ।