ଅନ୍ୟାନ୍ୟ

ମହାଲକ୍ଷ୍ମୀ ପୂଜା ପୂର୍ବରୁ ୫୫ନଂ ଜାତୀୟ ରାଜପଥକୁ ମରାମତି ପାଇଁ ଜିଲ୍ଲାପାଳଙ୍କୁ ଦାବି କଲେ ପୂଜା କମିଟି

By Angul TV Bureau

September 16, 2022

ଅନୁଗୁଳ: ୫୫ ନମ୍ବର ଜାତୀୟ ରାଜପଥ ମରାମତି ଦାବିରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ଵାରସ୍ଥ ହୋଇଛନ୍ତି ସ୍ଥାନୀୟ ବଅଁରପାଳ ବ୍ଲକ କୁଲାଡ଼ ମହାଲକ୍ଷ୍ମୀ ସେଣ୍ଟାଲ ପୂଜା କମିଟିର ସମସ୍ତ ସଦସ୍ୟ ଏବଂ ସରପଞ୍ଚ। ସରପଞ୍ଚଙ୍କ କହିବା ଅନୁସାରେ ଆସନ୍ତା ଅକ୍ଟୋବର ୯ ରୁ କୁଲାଡ଼

ପଞ୍ଚାୟତରେ ମହାଲକ୍ଷ୍ମୀ ପୂଜା ଆରମ୍ଭ ହେବ। ୯ ଟି ମେଢ଼ରେ ମହାଲକ୍ଷ୍ମୀ ପୂଜା ପାଇବେ। ୫୫ ନମ୍ବର ଜାତୀୟ ରାଜପଥ କଡ଼ରେ ମଣ୍ଡପ ରହିଛି। ଏହି ରାସ୍ତାର ଅବସ୍ଥା ଖରାପ ଥିବାରୁ ଲୋକମାନେ ଦର୍ଶନ ବେଳେ ହଇରାଣ ହେବେ। ଏଣୁ ପୂଜା ପୂର୍ବରୁ ରାସ୍ତା ମରାମତି କରିବାକୁ ସେ ଅନୁରୋଧ କରିଛନ୍ତି।