ଅନ୍ୟାନ୍ୟ

ସୌମ୍ୟାଶ୍ରୀଙ୍କୁ ନ୍ୟାୟ ଦାବି: ଅନୁଗୁଳର ବିଭିନ୍ନ କଲେଜରେ ଏଆଇଡିଏସ୍ ପକ୍ଷରୁ ଶ୍ରଦ୍ଧାଞ୍ଜଳି

By Angul TV Bureau

July 16, 2025

ଅନୁଗୁଳ: ମୃତ୍ୟୁ ସହ ଲଢ଼ି ଲଢ଼ି ବାଲେଶ୍ଵର ଫକୀରମୋହନ କଲେଜ ଛାତ୍ରୀ ଗତକାଲି ପ୍ରାଣ ହରାଇଛନ୍ତି। ବିପ୍ଳବୀ ଛାତ୍ର ସଂଗଠନ ଅଲ୍ ଇଣ୍ଡିଆ ଡେମୋକ୍ରାଟିକ୍ ଷ୍ଟୁଡେଣ୍ଟସ୍ ଅର୍ଗାନାଇଜେସନ୍ (ଏ.ଆଇ.ଡି.ଏସ୍.ଓ) ଉଦ୍ୟୋଗରେ ମଙ୍ଗଳବର ଅନୁଗୁଳ ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟ ସମେତ ମହିଳା ମହାବିଦ୍ୟାଳୟ, ଶ୍ରୀଜଗନ୍ନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ପତିତପାବନ ମହାବିଦ୍ୟାଳୟ, ଜରପଡ଼ାର ଛାତ୍ରଛାତ୍ରୀ ଶିକ୍ଷାନୁଷ୍ଠାନ ସମ୍ମୁଖରେ ସୌମ୍ୟାଶ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ସମସ୍ତ ଦୋଷୀଙ୍କୁ କଠୋର ଦଣ୍ଡ, ଛାତ୍ରୀ ଓ ମହିଳାଙ୍କୁ ସୁରକ୍ଷା ଦାବି କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଏ.ଆଇ.ଡି.ଏସ୍.ଓ ଜିଲ୍ଲା ସଭାପତି ପରମାନନ୍ଦ ସାହୁ, ସମ୍ପାଦକ ନାରାୟଣ ନାୟକ, ସଂଗଠିକା ସରୋଜିନୀ ବେହେରା, ନିରୁପମା ନାୟକ, ମନ୍ଦୋଦରୀ ରାଉଳ, ପ୍ରଗତିବାଳା ନାୟକ, ବିନତି ସାହୁ, ବବିତା ସାହୁ, ଯୁବ ସଂଗଠକ ଭରତ ନାଏକ, ଲମ୍ବୋଦର ପଣ୍ଡା ପ୍ରମୁଖ ସାମିଲ ଥିଲେ।