ଅନ୍ୟାନ୍ୟ

ଅନୁଗୁଳ ସହରର ବିଭିନ୍ନ ସମସ୍ୟାର ସମାଧାନ ଦାବି, ପୌର ଅଧିକାରୀଙ୍କୁ ସ୍ମାରକପତ୍ର ପ୍ରଦାନ

By Angul TV Bureau

November 06, 2022

ଅନୁଗୁଳ: ଅନୁଗୁଳ ସହରର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଶନିବାର ୮ ଦଫା ସମ୍ବଳିତ ଦାବିପତ୍ର ଏସ.ୟୁ.ସି.ଆଇ (କମ୍ୟୁନିଷ୍ଟ) ଆଞ୍ଚଳିକ କମିଟି ପକ୍ଷରୁ ମ୍ୟୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି।

ଏହି ଦାବିଗୁଡ଼ିକ ମଧ୍ୟରେ ମ୍ୟୁନିସିପାଲିଟିର ପ୍ରତ୍ୟେକ ୱାର୍ଡ ଅନୁଯାୟୀ ଉପଯୁକ୍ତ ତଦନ୍ତ କରି ଜନସାଧାରଣଙ୍କୁ ଘରଡିହ ପଟ୍ଟା ଓ ଘର ଯୋଗାଇଦେବା, ଅର୍ଦ୍ଧନିର୍ମିତ ଘରଗୁଡିକୁ ଶେଷ କରିବାକୁ ବ୍ୟବସ୍ଥା କରିବା, ଉଠାଦୋକାନୀଙ୍କୁ ଉପଯୁକ୍ତ ଥଇଥାନ ବ୍ୟବସ୍ଥା କରିବା, ଥଇଥାନ କରିବା ପର୍ଯ୍ୟନ୍ତ ବାରମ୍ବାର ପୋଲିସ୍ ଦ୍ଵାରା ହଇରାଣ କରିବା ବନ୍ଦ କରିବା, ସହରର ଡ୍ରେନେଜ୍ ବ୍ୟବସ୍ଥା କରିବା ସହ ଜମା ହୋଇଥିବା ଅଳିଆ ଆବର୍ଜନା ଉଠାଇବାର ବନ୍ଦୋବସ୍ତ କରିବା, ପ୍ରତ୍ୟେକ ୱାର୍ଡରେ ବିଶୁଦ୍ଧ ପାନୀୟଜଳ ଯୋଗାଇଦେବା ଆଦି ରହିଛି।

ଏସ.ୟୁ.ସି.ଆଇ ଜିଲ୍ଲା କମିଟି ସଭ୍ୟ ନବକିଶୋର ପ୍ରଧାନଙ୍କ ନେତୃତ୍ବରେ ମନ୍ଦୋଦରୀ ରାଉଳ, ଜ୍ୟୋତ୍ସ୍ନା ସାମଲ, ନିରଞ୍ଜନ ନାୟକ, ମମତା ଦାସ, ମୀନାକ୍ଷି ଅମାନ୍ତ, ମନୋରମା ନାୟକ, ମମତା ସିଂ, ପୁଷ୍ପଲତା ସ୍ଵାଇଁ, ସରୋଜ ସ୍ଵାଇଁ, ମଞ୍ଜୁଲତା ବେହେରା, ମନୋରମା ନାୟକ, ସରୋଜ ସ୍ଵାଇଁ, ଲକ୍ଷ୍ମୀ ଭୋଇ, ମଞ୍ଜୁଳା ବେହେରା ପ୍ରମୁଖ ଦାବିପତ୍ର ପ୍ରଦାନ ବେଳେ ଉପସ୍ଥିତ ଥିଲେ।