ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ତାଳଚେର, ପାଲଲହଡ଼ା, ଆଠମଲ୍ଲିକ ଉପଖଣ୍ଡ ଚିକିତ୍ସାଳୟର ବିଶେଷଜ୍ଞ ଡାକ୍ତରଙ୍କୁ ଏମ୍.ଆର୍.ଆଇ. ପରୀକ୍ଷା ଆଡଭାଇସ୍ କରିବାର ଅଧିକାର ଦିଆଯିବା ଦାବିରେ ସ୍ବେଛାସେବୀମାନେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।
ଦୁର୍ଘଟଣାପ୍ରବଣ ଓ ଶିଳ୍ପବହୁଳ ଅଞ୍ଚଳ ହୋଇଥିବାରୁ ଦୈନିକ ୧୦୦୦ରୁ ଊର୍ଦ୍ଧ୍ଵ ରୋଗୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ମେଡିକାଲ କଲେଜକୁ ଆସୁଛନ୍ତି। ପାର୍ଶ୍ଵବର୍ତ୍ତୀ ଢେଙ୍କାନାଳ, କଟକ, ଦେବଗଡ଼, ବୌଦ୍ଧ, କେନ୍ଦୁଝର ଓ ସମ୍ବଲପୁର ସୀମାନ୍ତ ଅଞ୍ଚଳର ଲୋକେ ମଧ୍ୟ ଏଠାରେ ନିର୍ଭର କରନ୍ତି। ଆଧୁନିକ ଯନ୍ତ୍ରପାତି ଥାଇ ମଧ୍ୟ ଏମ୍.ଆର୍.ଆଇ. ଆଡଭାଇସ୍ ଅଧିକାର ନଥିବାରୁ ରୋଗୀମାନେ ବଞ୍ଚିତ ହେଉଛନ୍ତି।
ବିଶେଷଜ୍ଞମାନଙ୍କୁ ଆଡଭାଇସ୍ ଅଧିକାର ଦେଲେ ରୋଗୀ ସିଧାସଳଖ ପରୀକ୍ଷା କରି ଉପକୃତ ହେବେ ବୋଲି ସ୍ବେଛାସେବୀ ପ୍ରତାପ ମହାପାତ୍ର ଓ ପର୍ଶୁରାମ ଦାଶ ପ୍ରମୁଖ ପ୍ରକାଶ କରିଛନ୍ତି।