ଅନ୍ୟାନ୍ୟ

ମିଶନ ଶକ୍ତି ଗୃହ ନିମନ୍ତେ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଦାବି କଲେ ମହିଳା ଗୋଷ୍ଠୀ

By Angul TV Bureau

December 21, 2022

ଅନୁଗୁଳ : ଅନୁଗୁଳ ସହରର ହେମସୁରପଡା ୱାର୍ଡ ନମ୍ବର ୧୯ ର ସମସ୍ତ ମିଶନ ଶକ୍ତିର ସଦସ୍ୟ ଏବଂ ୧୫ ଗୋଟି ଗ୍ରୁପର ସଦସ୍ୟ ଆଜି ଏକତ୍ରିତ ହୋଇ ଅନୁଗୁଳ ପୌରପାଳିକାର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି।

ସୂଚନା ମୁତାବକ, ହେମସୁରପଡା ୱାର୍ଡ ନମ୍ବର ୧୯ ରେ ମିଶନ ଶକ୍ତି ଗୃହ ନଥିବାରୁ ମହିଳାମାନେ ବହୁତ ହଇରାଣ ହେବା ସହ ବହୁ ଯୋଜନାରେ ସାମିଲ ହେବା ନିମନ୍ତେ ସାମୂହିକ ବୈଠକ କରିପାରୁନାହାନ୍ତି। ଏନେଇ ବାରମ୍ବାର ଦାବି କରାଯାଇଥିଲେ ମଧ୍ୟ ଫଳ ଶୂନ। ଏଣୁ ମହିଳାମାନେ ଆଜି ବାଧ୍ୟ ହୋଇ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିଛନ୍ତି।