ଅନୁଗୁଳ: ତାଳଚେର ବ୍ଲକ କୋଡ଼ିଏ ନମ୍ୱର୍ ଜିଲ୍ଲା ପରିଷଦ ଅନ୍ତର୍ଗତ ୧୨ ଓ ୧୬ ନମ୍ୱର୍ ୱାର୍ଡ ପାଇଁ ହୋଇଥିବା ପଞ୍ଚାୟତ ନିର୍ବାଚନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଏଥିପାଇଁ ଗୁରୁବାର ଅନୁଗୋଳ ସ୍ଥାନୀୟ ଏକ ହୋଟେଲରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସରପଞ୍ଚ ପ୍ରାର୍ଥୀ ନୀଲମ ଲାଲ, ଲିଜା ବେହେରା, ସ୍ଵେଚ୍ଛାସେବୀ ପ୍ରଫୁଲ୍ଲ ଦାସ, ସୁମନ୍ତ ବେହେରା, ବିନୋଦ ଲାଲ ପ୍ରମୁଖ ଅଭିଯୋଗ କରିଥିଲେ କି ଉକ୍ତ ୧୨ ଓ ୧୬ ନମ୍ୱର୍ ୱାର୍ଡ ପାଇଁ ଭୋଟ ଗଣତି ବେଳେ ଭୋଟ ବାକ୍ସ ସିଲ୍ ନଥିଲା ଏବଂ ପ୍ରିଜାଇଡ୍ଡିଂ ଅଫିସରଙ୍କ ଦସ୍ତଖତ ମେଳ ଖାଉ ନଥିଲା। ପ୍ରାର୍ଥୀଙ୍କ ଏଜେନ୍ଟ ଏହାର ପ୍ରତିବାଦ କରିବାରୁ କୌଣସି ଅଧିକାରୀ ଶୁଣି ନଥିଲେ ।ଫଳରେ ଏଜେଣ୍ଟ ମାନେ ଗଣତି ସ୍ଥଳ ଛାଡ଼ି ଚାଲିଯାଇଥିଲେ। ଅଭିଯୋଗକାରୀ ମାନେ ଏଥିପାଇଁ ନିର୍ବାଚନ ଦାୟିତ୍ୱରେ ଥିବା କର୍ମଚାରୀ ଏବଂ ବିଡ଼ିଓଙ୍କୁ ଦାୟୀ କରିଛନ୍ତି। ଶୁକ୍ରବାର ଅଭିଯୋଗକାରୀ ମାନେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାଦେବେ ବୋଲି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ।