ଅନ୍ୟାନ୍ୟ

ଗାଁକୁ ଏବେ ଯାଏଁ ପହଞ୍ଚି ପାରିନି ବିଦ୍ୟୁତ୍ ସେବା, ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ଗ୍ରାମବାସୀ

By Angul TV Bureau

June 06, 2022

ଅନୁଗୁଳ: ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଆଜି ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ସବଡିଭିଜନ ସାନହୁଲା ପଞ୍ଚାୟତ ସିନ୍ଦୁରଖୋଳ ମୌଜା ମାଟିଆ ସାହି ବାସିନ୍ଦା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦ୍ଵାରସ୍ଥ ହୋଇଛନ୍ତି। ଏ ଅବସରରେ ସେମାନେ ନିଜ ଅଞ୍ଚଳରେ ଥିବା ଯାବତୀୟ ସମସ୍ୟା ସଂପର୍କରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ସୂଚନା ଅନୁଯାୟୀ, ସାନହୁଲା ପଞ୍ଚାୟତ ସିନ୍ଦୁର ଖୋଳ ମୌଜା ମାଟିଆ ସାହିରେ ପ୍ରାୟ ୧୫ ରୁ ଅଧିକ ପରିବାର ବାସ କରନ୍ତି। କିନ୍ତୁ ଆଜି ପର୍ଯ୍ୟନ୍ତ ଏହି ଗାଁରେ ବିଦ୍ୟୁତ୍ ସେବା ପହଞ୍ଚି ପାରିନାହାନ୍ତି। ଏଥିସହ ରାସ୍ତା, ପାନୀୟ ଜଳ ସୁବିଧା ମଧ୍ୟ ନାହିଁ। ଏହି ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳଙ୍କୁ ଗୁହାରି କରିଛନ୍ତି ଗାଁ ଲୋକ। ସମସ୍ତ ଅଭିଯୋଗ ଶୁଣିବା ପରେ ଗ୍ରାମବାସୀଙ୍କ ସମସ୍ୟାକୁ ତୁରନ୍ତ ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ପ୍ରତିଶ୍ରୁତି ଦେଇଥିବା ଜଣାଯାଇଛି।