ଅନ୍ୟାନ୍ୟ

୩ଟି ଶ୍ରେଣୀ ଗୃହରେ ପଢ଼ୁଛନ୍ତି ୮ ଟି କ୍ଲାସର ପିଲା, ତୁରନ୍ତ ବାକି ଘର ନିର୍ମାଣ ପାଇଁ ଜିଲ୍ଲାପାଳଙ୍କୁ ଦାବି

By Angul TV Bureau

June 06, 2022

ଅନୁଗୁଳ: ଗାଁ ସ୍କୁଲରେ ଶ୍ରେଣୀ ଗୃହ ନିର୍ମାଣ ପାଇଁ ଆଜି ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି ସ୍ଥାନୀୟ ନୂଆମୌଜା ପଞ୍ଚାୟତ ସରଧାପୁର ଗାଁ ଲୋକେ।

ଗାଁ ଲୋକଙ୍କ କହିବାନୁସାରେ, ସରଧାପୁର ଉପ୍ରା ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ଏଣୁ ସ୍କୁଲରେ ୮ ଟି ଶ୍ରେଣୀ ଗୃହ ରହିବା କଥା। କିନ୍ତୁ ଏହି ସ୍କୁଲରେ ୮ ଜାଗାରେ ମାତ୍ର ୩ଟି ଶ୍ରେଣୀ ଗୃହ ରହିଛି। ବାକି ୫ଟି ଗୃହ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିଛି। ଏଣୁ ବିଦ୍ୟାଳୟର ପିଲାମାନେ ବାଧ୍ୟ ହୋଇ ଗଛମୂଳ ଏବଂ କ୍ଲବ ଘରେ ପାଠ ପଢୁଛନ୍ତି। ଏ ନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଆଜି ବାଧ୍ୟ ହୋଇ ସେମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ଵାରସ୍ଥ ହୋଇଥିବା କହିଛନ୍ତି। ଏ ଅବସରରେ ସେମାନେ ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। ଅନ୍ୟପଟେ ଗ୍ରାମବାସୀଙ୍କ ସମସ୍ୟାକୁ ତୁରନ୍ତ ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ପ୍ରତିଶ୍ରୁତି ଦେଇଥିବା ଜଣାଯାଇଛି।