ଅନୁଗୁଳ:ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ମାନସିକ ରୋଗୀଙ୍କ ପାଇଁ ଏକ ସ୍ୱତନ୍ତ୍ର ୱାର୍ଡ ଖୋଲିବାକୁ ସମାଜସେବୀ ତଥା ମାନବ ସେବା ଚ୍ୟାରିଟେବୁଲ ଟ୍ରଷ୍ଟର ମୁଖ୍ୟ ଚିନ୍ମୟୀ ସିଡ଼ିଏମଓଙ୍କୁ ଭେଟି ଏକ ସ୍ମାରକ ପ୍ରଦାନ କରିଛନ୍ତି। ମାନସିକ ୱାର୍ଡ ନଥିବାରୁ ରୋଗୀଙ୍କୁ ସାଧାରଣ ୱାର୍ଡରେ ରଖିବା ଦ୍ୱାରା ଅନେକ ସମସ୍ୟା ଉପୁଜୁଛି। ମାନସିକ ରୋଗୀମାନେ ଅନେକ ସମୟରେ ପାଟିତୁଣ୍ଡ ଗାଳି ଗୁଲଜ କରିବା ଦ୍ୱାରା ସାଧାରଣ ରୋଗୀମାନେ ଭୟରେ ୱାର୍ଡ ଛାଡି ପଳାଇ ଯାଉଛନ୍ତି।