ଅନ୍ୟାନ୍ୟ

ଅବସରପ୍ରାପ୍ତ ଶିକ୍ଷକ ଗୋପାଳ କୃଷ୍ଣ ସାହୁଙ୍କ ପରଲୋକ

By Angul TV Bureau

August 23, 2026

ଅନୁଗୋଳ: କଣିହାଁ ବ୍ଲକ ଅନ୍ତର୍ଗତ ବାଲିପଶି ପଞ୍ଚାୟତ କାଳିଆଦମା ଗ୍ରାମର ବର୍ଷୀୟାନ ଅବସରପ୍ରାପ୍ତ ଶିକ୍ଷକ ଗୋପାଳ କୃଷ୍ଣ ସାହୁଙ୍କର ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କର ବୟସ ୯୦ ବର୍ଷ ହୋଇଥିଲା। ବାର୍ଦ୍ଧକ୍ୟ ଜନିତ ସମସ୍ୟା କାରଣରୁ ଶନିବାର ଦିନ ତାଙ୍କର ଦେହାନ୍ତ ହୋଇଥିବା ପରିବାର ପକ୍ଷରୁ ସୂଚନା ମିଳିଛି।ଶେଷ ସମୟରେ ତାଙ୍କ ଶଯ୍ୟା ନିକଟରେ ଦୁଇ ପୁଅ, ବୋହୂ ଏବଂ ଝିଅ ପ୍ରମୁଖ ଉପସ୍ଥିତ ଥିଲେ। ସ୍ୱର୍ଗତ ସାହୁ ଜଣେ ମେଳାପୀ, ଛାତ୍ରବତ୍ସଳ, ସ୍ନେହୀ ଏବଂ ପରୋପକାରୀ ବ୍ୟକ୍ତି ଭାବରେ ସମଗ୍ର ଅଞ୍ଚଳରେ ବେଶ ଜଣାଶୁଣା ଥିଲେ। ଜଣେ ଶିକ୍ଷକ ଭାବେ ସେ ଅନେକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢ଼ିବାରେ ମହତ୍ତ୍ୱପୂର୍ଣ୍ଣ ଅବଦାନ ରଖିଥିଲେ। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଖବର ପାଇ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ପାର୍ଥିବ ଶରୀରର ଶେଷ ଦର୍ଶନ କରିଛନ୍ତି।