ମୁଖ୍ୟ ଖବର

ବାଂଲାଦେଶରେ ଜଗନ୍ନାଥଙ୍କ ମୂର୍ତ୍ତି ଭାଙ୍ଗିବା ଅତ୍ୟନ୍ତ ନିନ୍ଦନୀୟ ଓ ଦୁର୍ଭାଗ୍ୟପୂର୍ଣ୍ଣ: ସଂସଦରେ ଉଦବେଗ ପ୍ରକାଶ କଲେ ଢେଙ୍କାନାଳ-ଅନୁଗୁଳ ସାଂସଦ ରୁଦ୍ର ନାରାୟଣ ପାଣି

By Angul TV Bureau

August 10, 2024

ଅନୁଗୁଳ: ବାଂଲାଦେଶରେ ହିଂସା ଓ ହିନ୍ଦୁ ବିରୋଧୀ କାର୍ଯ୍ୟକଳାପ ଧୀରେ ଧୀରେ ବଢ଼ିବାରେ ଲାଗିଛି। ନିକଟରେ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତିମାକୁ ନିଆଁ ଲଗାଇବା ଘଟଣା ଭାରତରେ ଚର୍ଚ୍ଚାର ବିଷୟ ପାଲଟିଛି। ଲୋକେ ଏହାକୁ ନିନ୍ଦା କରିବା ସହ ସେଠାକାର ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଲୋକେ ଦାବି କରୁଛନ୍ତି। ଏହି ଘଟଣାକୁ ନେଇ  ଢେଙ୍କାନାଳ ଅନୁଗୁଳ ସାଂସଦ ରୁଦ୍ର ନାରାୟଣ ପାଣି ମଧ୍ୟ ଗଭୀର ଉଦବେଗ ପ୍ରକାଶ କରିଛନ୍ତି। ସେ ସଂସଦରେ ଏହି ପ୍ରସଙ୍ଗ ଉଠାଇଛନ୍ତି।

ସାଂସଦ ପାଣି କହିଛନ୍ତି, ମହାପ୍ରଭୁ ଜଗତର ନାଥ ଜଗନ୍ନାଥ କେବଳ ଓଡ଼ିଶାଶା ନୁହେ, ଦେଶ ନୁହେଁ ସମଗ୍ର ଜଗତର ଠାକୁର। ତାଙ୍କର ପ୍ରତିମାକୁ ଅସମ୍ମାନିତ କରିବା ନିହାତି ନିନ୍ଦନୀୟ। କେବଳ ଓଡ଼ିଶା ବାସୀ ନୁହଁନ୍ତି ସମଗ୍ର ବିଶ୍ୱବାସୀ ଏଭଳି ଘଟଣାକୁ ଗଭୀର ନିନ୍ଦା କରିଛନ୍ତି। ଏଭଳି ଏକ ପ୍ରସଙ୍ଗରେ ସରକାର ତୁରନ୍ତ ବାଂଲାଦେଶ ସହିତ କଥାବାର୍ତ୍ତା କରି ଦୋଷୀ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ ଦଣ୍ଡ ବିଧାନ କରିବା ପାଇଁ ଶ୍ରୀ ପାଣି ଆଜି ସଂସଦରେ ଦାବି ଉପସ୍ଥାପନ କରିଛନ୍ତି।