ଅନ୍ୟାନ୍ୟ

ଓଡ଼ିଶା ରାଜ୍ଯ ସରକାରୀ କର୍ମଚାରୀ ସମନ୍ଵୟ ସମିତି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

By Angul TV Bureau

June 29, 2022

ଅନୁଗୁଳ: ରାଜ୍ୟ ସରକାରୀ କର୍ମଚାରୀ ଓ ଶିକ୍ଷକ ମାନଙ୍କର ମୌଳିକ ଦାବି ଗୁଡିକ ସମାଧାନ କରିବାରେ ରାଜ୍ୟ ସରକାରଙ୍କର ଉଦାସୀନତା ବିରୋଧରେ ଆଜି ରାଜ୍ୟ ବ୍ୟାପୀ ଦାବି ଦିବସ ପାଳିତ ହୋଇଛି। ଏ ଅବସରରେ ଅନୁଗୁଳ ଜିଲ୍ଲା ଶାଖା ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ଓଡ଼ିଶା ରାଜ୍ୟ ସରକାରୀ କର୍ମଚାରୀ ସମନ୍ଵୟ ସମିତି ପକ୍ଷରୁ କର୍ମଚାରୀ ଓ ଶିକ୍ଷକମାନଙ୍କ ସମସ୍ୟାଗୁଡ଼ିକୁ ଅଗ୍ରାଧିକାର ଦେଇ ସମାଧାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ସହ ରାଜ୍ୟ ପ୍ରଶାସନର ପ୍ରମୁଖ ଅଧିକାରୀ ମାନଙ୍କର ଲଗାତାର ଦୃଷ୍ଟି ଆକର୍ଷଣ କରାଯାଇଛି। କିନ୍ତୁ ରାଜ୍ୟ ସରକାର ଏହି ସମସ୍ୟାର ସମାଧାନ କରିବା ଦିଗରେ ସକାରାତ୍ମକ ପଦକ୍ଷେପ ଗ୍ରହଣ ନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବିକ୍ଷୋଭକାରୀ ବୋଲି କହିଛନ୍ତି। କରୋନା ମହାମାରୀ ଯୋଗୁଁ ଦୀର୍ଘ ଦେଢ଼ ବର୍ଷର ମହଙ୍ଗା ଭତ୍ତା, ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି, କେନ୍ଦ୍ର ସରକାରଙ୍କର ବର୍ଦ୍ଧିତ ୩ ପ୍ରତିଶତ ମହଙ୍ଗା ଭତ୍ତା ଜାନୁଆରୀ ମାସରୁ ଲାଗୁ କରିଥିଲେ ମଧ୍ଯ ରାଜ୍ଯ ସରକାର ଏପର୍ଯ୍ୟନ୍ତ ଲାଗୁ ନ କରିବା ଆଦି ୭ ଦଫା ଦାବି ନେଇ ଆଜି ଜିଲ୍ଲା କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।