ଅନୁଗୁଳ: ଅନୁଗୁଳକୁ ଡେଇଁଲା ଡେଙ୍ଗୁ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ସୋମବାର ୬ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୫ ଜଣ ଅନୁଗୁଳ ଜିଲ୍ଲାରୁ ହୋଇଥିବା ବେଳେ ଜଣେ ଢେଙ୍କାନାଳ ଜିଲ୍ଲାର ବୋଲି ଜଣାପଡ଼ିଛି। ସମସ୍ତ ରୋଗୀ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ବୋଲି ଅନୁଗୁଳ ମୁଖ୍ୟ ଚିକିତ୍ସାଧିକାରୀ ଶିବାନନ୍ଦ ମହାନ୍ତି ସୂଚନା ଦେଇଛନ୍ତି। ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସମସ୍ତ ପ୍ରକାରର ପଦକ୍ଷେପ ନିଆଯାଉଛି ବୋଲି ମୁଖ୍ୟ ଚିକିତ୍ସାଧିକାରୀ ଶ୍ରୀ ମହାନ୍ତି କହିଛନ୍ତି।