ମୁଖ୍ୟ ଖବର

ପୁଣି ଭିଜେଇବ ବର୍ଷା, ଜାନୁଆରୀ ୩ରେ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ

By Swagatika Samantray

December 27, 2024

ଭୁବନେଶ୍ଵର : ନୂଆ ବର୍ଷ ପ୍ରଥମ ସପ୍ତାହରେ ପୁଣି ଏକ ଲଘୁଚାପ। ଜାନୁଆରୀ ୩ରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ରହିଛି। ପ୍ରାଥମିକ ଆକଳନ ଅୁଯାୟୀ, ଏହା ଅଧିକ ଘନୀଭୂତ ହେବ। ତେବେ ଆସନ୍ତା ସପ୍ତାହେ ପର୍ଯନ୍ତ ଶୁଖିଲା ରହିବ ପାଗ। ହେଲେ ୨୮ ରୁ ୩୧ ମଧ୍ୟରେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ପାଗ ଆଂଶିକ ମେଘୁଆ ରହିବ। ପଶ୍ଚିମା ଝଡ ପ୍ରଭାବ ବିଶେଷ ପଡିବାର ସମ୍ଭାବନା ନାହିଁ। କିନ୍ତୁ ପଶ୍ଚିମାଝଡ ପ୍ରଭାବରେ ୨୮ରେ ସୁନ୍ଦରଗଡ, ଝାରସୁଗୁଡା, ବରଗଡ଼, ନୂଆପଡା, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର କିଛି ଅଞ୍ଚଳରେ ବର୍ଷା ହୋଇପାରେ। ସେହିଭଳି ୨୯ରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର ଓ ସୁନ୍ଦରଗଡ଼ ଜିଲ୍ଲାର କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି।

ତେବେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରାରେ ବିଶେଷ ପରିବତ୍ତର୍ନ ସମ୍ଭାବନା ନାହିଁ। କିନ୍ତୁ ଜାନୁଆରୀ ପହିଲା ବେଳକୁ ଅନେକ ଅଞ୍ଚଳରେ ରାତି ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସି ଆସିବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ୱର ପୂର୍ବାନୁମାନ କରିଛି।