ମୁଖ୍ୟ ଖବର

୭ ବର୍ଷ ହେଲା ମିଳୁନି ଶୁଦ୍ଧ ଜଳ, ପାଣି ସମସ୍ୟା ଦୂର କରିବାକୁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ସାନ୍ତରାପୁରର ମହିଳା

By Angul TV Bureau

March 27, 2023

ଅନୁଗୁଳ: ଅନୁଗୁଳ ଜିଲ୍ଲା ସାନ୍ତରାପୁର ‘ଖ’ ପଞ୍ଚାୟତ ସାନ୍ତରାପୁର ଗାଁର ମହିଳା ଆଜି ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ପାଣି ସମସ୍ୟା ନେଇ ଅଭିଯୋଗ କରିଛନ୍ତି। ସରକାରଙ୍କ ବସୁଧା ଯୋଜନାରେ ଗାଁକୁ ପାଇପ ସଂଯୋଗ ହୋଇଛି। କିନ୍ତୁ ଦୀର୍ଘ ୭-୮ ବର୍ଷ ହେବ ଟ୍ୟାପ୍ ଦିଆଯାଇନଥିବାରୁ ପାଣି ମୁନ୍ଦେ ମିଳୁନାହିଁ ବୋଲି ଅଭିଯୋଗ କରିଛନ୍ତି। ଏହି ଅସୁବିଧା ଦେଖି ପାଣି ଟିକିଏ ପାଇବା ପାଇଁ ନିଜସ୍ଵ ଖର୍ଚ୍ଚରେ ଘରକୁ ଘର ଟ୍ୟାପ ସଂଯୋଗ କରିଛନ୍ତି।

କିନ୍ତୁ ଗତକାଲି ସରକାରୀ ଗାଡି ଆସି ସମସ୍ତ ଟ୍ୟାପକୁ ବନ୍ଦ କରିଦେଇଥିବାରୁ ଗାଁ ଲୋକ ପାଣି ପାଇବାରୁ ବଞ୍ଚିତ ହୋଇଛନ୍ତି। ଗାଁ ମଝିରେ ଗୋଟିଏ ମାତ୍ର ନଳକୂପ ଥିବାରୁ ସମସ୍ତ ମହିଳା ସେଇ ନଳକୂପ ଉପରେ ନିର୍ଭର କରୁଛନ୍ତି। ଏହିଁ ମାମଲାର ସମାଧାନ କରିବାକୁ ଆଜି ଗାଁର ମହିଳାମାନେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଯଥାଶୀଘ୍ର ପାଣି ସମସ୍ୟାର ସମାଧାନ ହେବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିବା ଜଣାଯାଇଛି।