ମୁଖ୍ୟ ଖବର

ଅନୁଗୁଳରେ ପରିବହନ ବିଭାଗ ନୂଆ ଡେପୁଟି କମିଶନରଙ୍କ ଯୋଗଦାନ

By Swagatika Samantray

September 30, 2022

ଅନୁଗୁଳ: ଅନୁଗୁଳ ସଦର ମହକୁମାରେ ପରିବହନ ବିଭାଗ ଉତ୍ତର କେନ୍ଦ୍ର ଜୋନ୍ର ନୂଆ ଡେପୁଟି କମିଶନର ଭାବେ ଶୁକ୍ରବାର ସମୀର କୁମାର ଦଳେଇ କାର୍ଯ୍ୟରେ ଯୋଗଦାନ କରିଛନ୍ତି। ଜିଲ୍ଲା ଆଞ୍ଚିକ ପରିବହନ କାର୍ଯ୍ୟାଳରେ ସେ ତାଙ୍କର କାର୍ଯ୍ୟ ଆରମ୍ଭ କରିବେ। ରାଜ୍ୟ ସରକାର ଅନୁଗୁଳକୁ ପରିବହନ ବିଭାଗର ଏକ ନୂଆ ଜୋନ୍ ଭାବେ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଏହି ଜୋନ୍ ଅଧିନରେ ଅନୁଗୁଳ, ତାଳଚେର, ଦେବଗଡ଼, ଢ଼େଙ୍କାନାଳ, କେଉଁଝର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟସହ ବଡ଼ବିଲ ଅତିରିକ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ରହିବ।

ସୂଚନା ଶ୍ରୀ ଦଳେ ଏଥି ପୂର୍ବରୁ ପୁରୀରେ ଆଞ୍ଚଳିକ ପରିବହନ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ। ଅତିତରେ ଅନୁଗୁଳ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଏମ୍ଭିଆଇଭାବେ କାର୍ଯ୍ୟ କରୁଥିଲେ। ଶ୍ରୀ ଦଳେଇଙ୍କୁ ବହୁ ଅଧିକାରୀ ଓ କର୍ମଚାରୀ ସ୍ବାଗତ କରିଛନ୍ତି।