ମୁଖ୍ୟ ଖବର

ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଖଣି ଉପନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍‌, ଚାଲିଛି ବଡ଼ଧରଣର ରେଡ୍‌

By Biswaranjan Pattnaik

September 02, 2024

ତାଳଚେର: ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକଙ୍କ ଘରେ ବଡ଼ଧରଣର ରେଡ୍‌ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୮ଟି ସ୍ଥାନରେ ଚାଲିଛି ରେଡ୍‌। ତେଲକୋଇ,କେନ୍ଦୁଝର ଓ ତାଳଚେରର ୪ଟି ସ୍ଥାନରେ ଚାଲିଛି ରେଡ୍‌।

ସେହିପରି ଭୁବନେଶ୍ୱରର ପଟିଆରେ ମଧ୍ୟ ଚାଲିଛି ରେଡ। ଧରଣୀଧରଙ୍କ ତାଳଚେର ବାସଭବନ, ତେଲକୋଇ ଥାନା ଛାମୁଣ୍ଡା ଗାଁରେ ଥିବା ପୈତୃକ ଘର, କେନ୍ଦୁଝର ପଣ୍ଡାପଡ଼ାରେ ଥିବା ଶ୍ୱଶୁର ଘର ସମେତ ୮ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଛି। ଖଣି ଉପନିର୍ଦ୍ଦେଶକ ଆୟ ବର୍ହିଭୂତ ସଂପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ଘଟଣାର ତଦନ୍ତ କରି ଆଜି ସକାଳେ ଚଢ଼ାଉ କରିଥିଲା।

ଧରଣୀଧର ବାଲିଆ ମାଫିଆ ଓ ପଥର ମାଫିଆଙ୍କୁ ଅନୁକମ୍ପା ଦେଖାଇ ତାଙ୍କ ନିକଟରୁ ଟଙ୍କା ନେଉଥିବା ତାଙ୍କ ନାଁରେ ଅଭିଯୋଗ ହୋଇଥିଲା। ଚଢାଉରେ ୧୦ ଡିଏସପି, ୧୬ ଇନ୍ସପେକ୍ଟର, ୭ ସଆଇ ଓ ଏଏସଆଇ ଏବଂ ଅନ୍ୟାନ୍ୟ ଅଧିକାରୀ ସାମିଲ ଅଛନ୍ତି।