ଅନୁଗୁଳ: ଭିଜିଲାନ୍ସ ଜାଲରେ ଅନୁଗୁଳ ଲିଫ୍ଟ ଇରିଗେସନ ଡିପାର୍ଟମେଣ୍ଟର ଡେପୁଟି ଏକ୍ସକ୍ୟୁଟିଭ ଇଞ୍ଜିନିୟର ଶରତ କୁମାର ପ୍ରଧାନ। ଲାଞ୍ଚ ନେବା ବେଳେ ତାଙ୍କୁ ପୋଲିସ ଗିରଫ କରିଛି। ଦୁଇଟି ଲିଫ୍ଟ ଇରିଗେସନର ଇଲେକ୍ଟ୍ରିକାଲ ଏଷ୍ଟିମେଟ ପାଇଁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଶରତଙ୍କୁ ଅଫିସରେ କାବୁ କରିଛି ଭିଜିଲାନ୍ସ ଟିମ୍।
ସୂଚନା ମୁତାବକ, ଅନୁଗୁଳ ଖଲାରୀ ଗାଁର ଶ୍ରୀକାନ୍ତ ଦେହୁରୀଙ୍କ ଇଲେକ୍ଟ୍ରିକାଲ ଏଷ୍ଟିମେଟ ପାଇଁ ଶରତ ପ୍ରଧାନ ୫୦ ହଜାର ଟଙ୍କା ଦାବି କରିଥିଲେ। ଏ ନେଇ ଶ୍ରୀକାନ୍ତ ଅନୁଗୁଳ ଭିଜିଲାନ୍ସ ବିଭାଗର ଅଧିକାରୀଙ୍କୁ ଜଣାଇଥିଲେ।ଆଜି ପୂର୍ବ ଯୋଜନା ଅନୁଯାୟୀ ଶ୍ରୀକାନ୍ତ ଟଙ୍କା ଦେବା ସମୟରେ ଭିଜିଲାନ୍ସ ଟିମ୍ ପହଞ୍ଚି ଶରତଙ୍କୁ ଟଙ୍କା ସହ କାବୁ କରିଥିଲା। ଏହି ମାମଲାରେ ଅଧିକ ଖୋଳତାଡ଼ ଜାରି ରଖିଛି ବିଭାଗ।