ଅନ୍ୟାନ୍ୟ

ନୂତନ ମହିଳା ସମ୍ମିଳନୀ କକ୍ଷର ଉଦଘାଟନ କଲେ ଉପବାଚସ୍ପତି

By Angul TV Bureau

August 31, 2022

ଅନୁଗୁଳ: ଅନୁଗୁଳ ନିର୍ବାଚନ ମଣ୍ଡଳୀ ବଅଁରପାଳ ବ୍ଲକ ଫୁଲପଡ଼ା ପଞ୍ଚାୟତରେ ନୂତନ ମହିଳା ସମ୍ମିଳନୀ କକ୍ଷର ଉଦଘାଟନ ଓ ପଞ୍ଚାୟତ କାର୍ଯ୍ୟାଳୟର ଫେସିଲିଟି ସେଣ୍ଟରର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ବିଧାନସଭାର ଉପ-ବାଚସ୍ପତି ରଜନୀକାନ୍ତ ସିଂହଙ୍କ ଉପସ୍ଥିତିରେ ଏହି ଦୁଇଟି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।

ଏ ଅବସରରେ ବଅଁରପାଳ ବ୍ଲକ ଅଧ୍ୟକ୍ଷ ବିଜୟ କୁମାର ନାଥ, ଜିଲ୍ଲା ପରିଷଦ ସଭ୍ୟ ମୀରା ଗଡ଼ନାୟକ, ଅରୁଣାଭ ସିଂହ, ନିର୍ମଳ ଗଡ଼ନାୟକ, ବାଉରୀବନ୍ଧୁ ସାହୁ, ପ୍ରସନ୍ନ ବିଶ୍ୱାଳ, ଭରତ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ। ଏଥି ସହ ଅନୁଗୁଳ ବ୍ଲକ ଅଙ୍ଗାରବନ୍ଧ ପଞ୍ଚାୟତରେ ଥିବା ମହିମା ଟୁଙ୍ଗିର ଉନ୍ନତିକରଣ ନିମନ୍ତେ ଉପବାଚସ୍ପତି ୫୦ ଲକ୍ଷ ଟଙ୍କାର କାର୍ଯ୍ୟର ଭୂମି ପୂଜନ ମଧ୍ୟ କରିଛନ୍ତି।