ମୁଖ୍ୟ ଖବର

ଦୁର୍ଘଟଣାରେ ଅଳ୍ପରେ ବର୍ତ୍ତିଲେ ଉପବାଚସ୍ପତି

By Swagatika Samantray

December 29, 2022

ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ୫୫ ନଂ ଜାତୀୟ ରାଜପଥର ପଞ୍ଚମହଲା ଛକଠାରେ ଏକ ସଡ଼କ ଦୁର୍ଘଟରାରେ ଓଡ଼ିଶା ବିଧାନସଭାର ଉପବାଚସ୍ପତି ତଥା ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ ଅଳ୍ପରେ ବର୍ତ୍ତି ଯାଇଛନ୍ତି।

ସୂଚନା ଯେ, ଶ୍ରୀ ସିଂହ ତାଙ୍କ ଗାଡ଼ରେ ଅନୁଗୁଳରୁ ବଡ଼କେରା ଆଡ଼କୁ ଯାଉଥିବା ବେଳେ ଏକ ଟ୍ରକ୍ ତାଙ୍କ କାରକୁ ଧକ୍କା ଦେଇଥିଲା। ଫଳରେ କାରର ଡ଼ାହାଣ ପଛ ପାଖର କିଛି ଅଂଶ ଭାଙ୍ଗି ଯାଇଛି। କରରେ ତାଙ୍କ ଅଙ୍ଗରକ୍ଷୀଙ୍କସହ କିଛି ଦଳିୟଲୋକ ବସିଥିଲେ। ତେବେ ଦୁର୍ଘଟଣାରେ କେହି ଆହତ ହୋଇନାହାଁନ୍ତି। ପୋଲିସ ଏ ନେଇ ଏକ ମାମଲା ରୁଜୁକରି ଟ୍ରକକୁ ଜବତକରିବାସହ ଚାଳକଙ୍କୁ ଗିରଫ କରିଛି। ଏହି ଦୁର୍ଘଟଣା ଫଳରେ ସେଠାରେ କିଛ ସମୟ ପାଇଁ ଉତ୍ତେଜନା ଦେଖା ଦେଇଥିଲା। ଉତେଜିତ ଲୋକମାନେ ଟ୍ରକ୍ ଚାଳକଙ୍କୁ ନିସ୍ତୁକ ମାଡ଼ ମାରିଥିଲେ।