ଅନ୍ୟାନ୍ୟ

ଡେରଜାଙ୍ଗ ଡ୍ୟାମ୍ ପାଣି ଛାଡ଼ିଲା

By Biswaranjan Pattnaik

May 26, 2021

ଅନୁଗୁଳ: ସାମୁଦ୍ରିକ ବାତ୍ୟା ୟାସ୍ ପ୍ରଭାବକୁ ଦୃଷ୍ଟିରେ ରଖି ଅନୁଗୁଳ ଜିଲ୍ଲାର ଡେରେଜାଙ୍ଗ ଜଳସେଚନ ପ୍ରକଳ୍ପରୁ ସୋମବାର ରାତିରେ ପାଣି ଛଡ଼ାଯାଇଛି। ରାଜ୍ୟ ଜଳସେଚନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ନିର୍ଦେଶ ଅନୁସାରେ ଯେଉଁ ଜଳସେଚନ ପ୍ରକଳ୍ପରେ ଶତକଡ଼ା ୫୦ ଭାଗରୁ ଊର୍ଦ୍ଧ୍ବ ଜଳ ମହଜୁଦ ରହିଛି ସେହି ପ୍ରକଳ୍ପରୁ ଜଳପତନ ହ୍ରାସ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ଦୃଷ୍ଟିରୁ ତେରେଜାଙ୍ଗ ମଧ୍ୟମ ଜଳସେଚନ ପ୍ରକଳ୍ପରୁ ସୋମବାର ରାତି ୧୦ରେ ଗୋଟିଏ ଗେଟ ଖୋଲାଯାଇ ପ୍ରାୟ ୨ ଫୁଟ ପାଣି ନିଷ୍କାସିତ କରାଯାଇଛି। ମଙ୍ଗଳବାର ସକାଳ ୬ଟାରେ ଗେଟ୍ ବନ୍ଦ କରାଯାଇଥିଲା।