ମୁଖ୍ୟ ଖବର

ଡେରଜାଙ୍ଗ ଇକୋଟୁରିଜିମ୍ ପରିଯୋଜନା: ପର୍ଯ୍ୟଟକଙ୍କ ପାଇଁ ରୋମାଞ୍ଚ ଓ ମନୋରଞ୍ଜନର କେନ୍ଦ୍ର

By Biswaranjan Pattnaik

February 12, 2026

ଅନୁଗୁଳ: ଅନୁଗୁଳରେ ପର୍ଯ୍ୟଟନର ନୂଆ ହବ୍ ପାଲଟିବ ଡେରଜାଙ୍ଗ ଇକୋଟୁରିଜୀମ ପରିଯୋଜନା ଏବଂ ଏହା ଲୋକଙ୍କୁ ରୋମାଞ୍ଚକର ଅନୁଭୂତି ସହିତ ଭ୍ରମଣର ଅଫୁରନ୍ତ ମନୋରଞ୍ଜନ ପ୍ରଦାନ କରିବ। ଅନୁଗୁଳ ଫରେଷ୍ଟ ଡିଭିଜନ ପକ୍ଷରୁ ଏବେ ଏଠି ଏଭଳି ବ୍ୟବସ୍ଥା କରାଯାଉଛି ଯାହା ଜିଲ୍ଲା ପର୍ଯ୍ୟଟନ କ୍ଷେତ୍ରରେ ଏକ ଦିଗବାରିଣି ହୋଇ ରହିବ।

ପ୍ରାକୃତିକ ଶୋଭାରାଜିରେ ଭରପୁର ଡେରଜାଙ୍ଗ ଜଳଭଣ୍ଡାରରେ ଦୁଃସାହସିକ କ୍ରୀଡା ଲଞ୍ଚ କରାଯିବ।ଯାହା ସାରା ପରିବାର ପାଇଁ ଢେର୍ ମଜା ମସ୍ତି ଆଣିଦେବ। ସେଠାରେ ଜେଟ ସ୍କାଏ, ସ୍ପିଡ ବୋଟ,ୱାଟର ସାଇକଲ, ଆକ୍ୱା ବାଇକ୍, ପେଡାଲ ବୋଟ,କାୟକ୍ ବୋଟ ଆଦି ର ବ୍ୟବସ୍ଥା ରହିବ। ପର୍ଯ୍ୟଟକଙ୍କ ନିରାପତ୍ତା ପାଇଁ ଯଥେଷ୍ଟ କର୍ମଚାରୀ ମଧ୍ୟ ରହିବେ। ସେମାନଙ୍କୁ ଏହି ସବୁ ଜଳକ୍ରୀଡା ନେଇ ତାଲିମ ଦିଆଯିବ। ଜଳଭଣ୍ଡାର ନିକଟରେ ସୁଦୃଶ୍ୟ ପାର୍କ ଏବଂ ହର୍ବାଲ ଗାର୍ଡେନ କରାଯିବ।

ପିଲାଛୁଆଙ୍କୁ ନେଇ ପର୍ଯ୍ୟଟକମାନେ ଏଠାରେ ଦିନ ତମାମ ମଉଜ ମସ୍ତି କରି ପାରିବେ। ଅନୁଗୁଳ ଜିଲ୍ଲା ପର୍ଯ୍ୟଟନ ଇତିହାସରେ ଏହା ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବ ବୋଲି ଆଶା କରାଯାଉଛି।