ମୁଖ୍ୟ ଖବର

ଦେଶୀମଦର ହବ୍ ପାଲଟିଛି ଛେଣ୍ଡିପଦା ଥାନା ଅଞ୍ଚଳ

By Sanjeeb Biswal

September 23, 2021

ଅନୁଗୁଳ : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳ ନିଶା କାରବାରରେ ସଦାବେଳେ ଚର୍ଚ୍ଚାରେ ରହିଆସିଛି ଦୀର୍ଘ ଦଶନ୍ଧିଧରି। ଗଞ୍ଜେଇ ପାଇଁ ଦିନେ ଚର୍ଚ୍ଚା ସାଉଁଟିଥିବା ଛେଣ୍ଡିପଦା ଥାନା ଅଞ୍ଚଳରେ ଏବେ ଦେଶୀ ରନ୍ଧାମଦ ଏବେ କୁଟିର ଶିଳ୍ପ ପାଲଟିଛି। ଏଠି କେତେକ ଅସାଧୁ ବ୍ୟବସାୟୀ ବେଧଡ଼କଭାବେ ଦେଶୀରନ୍ଧାମଦର କାରବାର ଜୋରଦାର ଚଲାଇଛନ୍ତି। ଏହାକୁ ରୋକିବାପାଇଁ ପୁଲିସଠାରୁ ଆରମ୍ଭକରି ଅବକାରୀ ବିଭାଗ ରହିଛି। କିନ୍ତୁ ଲୋକ ଦେଖାଣିଆଭାବେ କାଁଭାଁ କେତୋଟି ଚଢ଼ାଉକରି ମାମଲାର ସଂଖ୍ୟର ଟାର୍ଗେଟ ପୂରଣ କରୁଛନ୍ତି ଏହି ୨ ବିଭାଗ।

ଏହି ଥାନା ଅଞ୍ଚଳରେ ଗୁରୁବାର ଅବକାରୀ ବିଭାଗ ପାତ୍ରପଡ଼ା ଓ ନୂଆଗାଁରେ ଅବକାରୀ ବିଭାଗ ତରଫରୁ ଚଢ଼ାଉ କରାଯାଇଛି। ଏଥିରେ ୪୦ ଲିଟର ଦେଶୀ ରନ୍ଧାମଦ ଓ ୧୪ ଶହ କେଜି ଗୁଡ଼ମିଶ୍ରିତ ମହୁଲ ପୋଚ ଜବତ କରାଯାଇଛି। ଏହି ବେଆଇନ କାରବାରରେ ସମ୍ପୃକ୍ତ ପୋଡ଼ାପଡ଼ା ଗାଁର ମିତାରାଣୀ ନାୟକ ଓ ପାତ୍ରପଡ଼ା ଗାଁର ପାପୁନ କୁମାର ବେହେରାଙ୍କ ନାମରେ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଏଠି ପ୍ରଶ୍ନ ଉଠୁଛି ଏହି ମଦରନ୍ଧା ପାଇଁ ମହୁଲ କେଉଁଠୁ ଆସୁଛି। ଏତେ ପରିମାଣର ମହୁଲ କିଏ ଗଚ୍ଛିତ ରଖିଛି। ଏହି ବେଆଇନ ମହୁଲ ଗୋଦାମରେ ଅବକାରୀ ବିଭାଗ ଦ୍ବାର କାହିଁକି ଚଢ଼ାଉ କରାଯାଉ ନାହିଁ ବୋଲି ସାଧାରଣରେ ଆଲୋଚନା ହେଉଛି।