ଘଟଣା ଓ ଦୁର୍ଘଟଣା

୨୦ଟି ଗଞ୍ଜେଇ ଗଛ ନଷ୍ଟ କଲା ପୁଲିସ୍

By Sanjeeb Biswal

November 17, 2021

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳର ବାଲିପଟ୍ଟା ଗ୍ରାମ ନିକଟରେ ଥିବା ବାଲିକୁଦିଆ ସରକାରୀ ଜମିରୁ ବେଆଇନ ଭାବେ ଚାଷ ହୋଇଥିବା ୩ଟି ସ୍ଥାନରୁ ପ୍ରାୟ ୨୦ରୁ ଅଧିକ ପରିପକ୍ବ ଗଞ୍ଜେଇ ଗଛକୁ ମଙ୍ଗଳବାର ଛେଣ୍ଡିପଦା ପୁଲିସ ପକ୍ଷରୁ କାଟି ପୋଡି ନଷ୍ଟ କରି ଦିଆଯାଇଛି । ଛେଣ୍ଡିପଦା ଥାନା ଅଧିକାରୀ ଧୀରେନ କୁମାର ସାମଲ ଓ ବାଗଡିଆ ଫାଣ୍ଡି ଅଧିକାରୀ ଆଶିଷ କୁମାର ଦାସ ବାଲିପଟ୍ଟା ଅଞ୍ଚଳକୁ ପାଟ୍ରୋଲିଂ ଯାଇଥିବାବେଳେ ଗଞ୍ଜେଇ ଗଛ ଲାଗିଥିବା ଦେଖିବାକୁ ପଇଥିଲେ। ପରେ ଖାନତଲାସ କରିବା ଦ୍ବାରା ଉକ୍ତ ଅଞ୍ଚଳର ୩ଟି ସ୍ଥାନରେ ଗଞ୍ଜେଇ ଗଛଗୁଡିକ ଲାଗିଥିବା ଦେଖି ଗଛଗୁଡିକୁ କାଟି ଛେଣ୍ଡିପଦା ନେଇ ଆସିଥିଲେ। ପରେ ଗଞ୍ଜେଇ ଗଛଗୁଡିକୁ ମାଜିଷ୍ଟ୍ରେଟ ଛେଣ୍ଡିପଦା ତହସିଲଦାର ଡାନିଏଲ ଏକ୍କାଙ୍କ ଉପସ୍ଥିତିରେ ପୋଡି ନଷ୍ଟ କରିଦି ଆଯାଇଥିଲା। ଗଛଗୁଡିକ ସରକାରୀ ଜମିରେ ଲାଗିଥିବା ପୁଲିସ ଅନୁମାନ କରି ଘଟଣାର ତଦନ୍ତ ଚଳାଇଛି। ପୂର୍ବରୁ ଛେଣ୍ଡିପଦା ବ୍ଲକରେ ବହୁ ଗଞ୍ଜେଇ ଚାଷ ହେଉଥିବାବେଳେ କିଛି ବର୍ଷ ହେବ ଏହାର ବିଲୋପ ଘଟିଥିଲା । ଦୀର୍ଘ ଦିନ ପରେ ପୁଲିସ ଗଞ୍ଜେଇ ଗଛ ଗୁଡିକୁ ଜବତ ।