ଅନ୍ୟାନ୍ୟ

ଶକ୍ତି ଶ୍ରୀକ୍ଷେତ୍ରରେ ଦେବ ଦୀପାବଳି ପାଳିତ, ଏକୋଇଶ ହଜାର ଦୀପ ଜାଳିଲେ ଶ୍ରଦ୍ଧାଳୁ

By Angul TV Bureau

November 22, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ ସାଉଥ ବଲଣ୍ଡାସ୍ଥିତ ଶକ୍ତି ଶ୍ରୀକ୍ଷେତ୍ରରେ ଦେବ ଦୀପାବଳି ଉତ୍ସବ ମହାସମାରୋହରେ ପାଳିତ ହୋଇଛି। ଏହି ଅବସରରେ ଏମସିଏଲରେ କାର୍ଯ୍ୟରତ ସମସ୍ତ ଶ୍ରମିକ ସଙ୍ଗଠନ, କର୍ମଚାରୀ, ଆଞ୍ଚଳିକ ଗ୍ରାମବାସୀ ଓ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ମିଶି ଏକୋଇଶ ହଜାର ଦୀପ ଜାଳିଥିଲେ। ଶ୍ରଦ୍ଧାଳୁଙ୍କ ହରିବୋଲ, ହୁଳହୁଳି ଶବ୍ଦରେ ମନ୍ଦିର ପରିବେଶ ଆଧ୍ୟାତ୍ମିକମୟ ହୋଇ ଉଠିଥିଲା। ଛୋଟ ଛୋଟ ପିଲାମାନଙ୍କୁ ନେଇ ନୃତ୍ୟାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମନ୍ଦିର ବେଢ଼ାରେ ୨୦୦୦ରୁ ଅଧିକ ଶ୍ରଦ୍ଧାଳୁଙ୍କର ଭିଡ଼ ଲାଗି ରହିଥିଲା। ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।