ଅନ୍ୟାନ୍ୟ

ଡିଭାଇନ୍ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ

By Angul TV Bureau

January 22, 2026

ଅନୁଗୁଳ: ସ୍ଥାନୀୟ ଟାଉନ ହଲରେ ଡିଭାଇନ୍ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ଆୟୋଜିତ ହୋଇ ଯାଇଛି।ଅନୁଗୁଳ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଶାନ୍ତନୁ କୁମାର ସର ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ସମାରୋହକୁ ଉଦ୍ଘାଟନ କରିଥିଲେ।ମୁଖ୍ୟ ଅତିଥି ଶ୍ରୀ ସର ଏ ଅବସରରେ କହିଲେ ପରିବାର ହେଉଛି ଶିଶୁ ମାନଙ୍କ ପ୍ରଶିକ୍ଷଣ ନେବାର ଅସଲ କେନ୍ଦ୍ର। ୬ ବର୍ଷ ପୂର୍ବରୁ ଶିଶୁ ମାନଙ୍କ ଆଜିକାଲି ମାନସିକ ଓ ବୌଦ୍ଧିକ ବିକାଶ ଘଟୁଥିବା ଦେଖିବାକୁ ମିଳୁଛି। ଅଭିଭାବକ ମାନେ ଶିଶୁର ପ୍ରତିଭା ଚିହ୍ନଟ କରି ତାହାର ବିକାଶ ପାଇଁ ସେମାନଙ୍କୁ ପ୍ରୋତ୍ସାହିତ କରିବା ଉଚିତ୍। ସେହିଭଳି ନୂତନ ଶିକ୍ଷା ନୀତି ୨୦୨୦ ରେ ଶିଶୁ ମାନଙ୍କ ଶାରୀରିକ ଓ ମାନସିକ ବିକାଶ ପାଇଁ କିଭଳି ବ୍ୟବସ୍ଥା ରହିଛି ତାହା ବର୍ଣ୍ଣନା କରିଥିଲେ। ପ୍ରାଧ୍ୟାପକ ଡ଼ା ମନୋରଞ୍ଜନ ମିଶ୍ର ଓ ଡ଼ା ସୁରଥ ପାଢ଼ୀ ଅତିଥି ରୂପେ ଯୋଗ ଦେଇ ଶିଶୁ ମାନଙ୍କ ଭାଷାଜ୍ଞାନର ଅଭିବୃଦ୍ଧି ସହିତ ଖେଳ କୌତୁକ ମାଧ୍ୟମରେ ଶିକ୍ଷାଦାନ ଉପରେ ଗୁରୁତ୍ବ ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ପ୍ରିନ୍ସିପାଲ ବିଜୟଲକ୍ଷ୍ମୀ ପାଢ଼ୀ ଉପସ୍ଥିତ ଥିଲେ ଡ଼ା ସ୍ବସ୍ତି କିରଣ ମଞ୍ଚ ପରିଚାଳନା କରିଥିଲେ। କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।