ମୁଖ୍ୟ ଖବର

ଚୋରା ମଦ ବିକ୍ରି ଅଭିଯୋଗରେ ଢାବା ମାଲିକ ଗିରଫ

By Angul TV Bureau

July 31, 2023

ଅନୁଗୁଳ: ଅନୁଗୁଳ ସଦର ଥାନାର ପାଟ୍ରୋଲିଂ ଜିପ୍ ରବିବାର ସନ୍ଧ୍ୟାରେ ବୁଲୁ ଥିବା ବେଳେ ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ କରଡ଼ାଗାଡିଆ ଆନନ୍ଦ ବଜାରରେ ଥିବା ନରି ଢାବା ଉପରେ ରେଡ କରିଥିଲେ।ସେଠାରେ ଢାବା ମାଲିକ ନରେନ୍ଦ୍ର ବାରିକଙ୍କ ଉପସ୍ଥିତିରେ ୨୫ ଲିଟର ବିଅର ଓ ବିଦେଶୀ ମଦ ଆଦି ବିକ୍ରି ପାଇଁ ରହିଥିବା ଜଣାପଡିଥିଲା। ଚୋରା ମଦ କାରବାର କରୁଥିବା ନେଇ ନରି ନାମରେ ବହୁ ଅଭିଯୋଗ ହେଉଥିଲା ହେଲେ ପ୍ରତି ଥର ସେ ପୋଲିସ ଆଖିରେ ଧୂଳି ଦେଇ ଖସି ଯାଉଥିଲା। ପୋଲିସ ନରିକୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଥିବା ଜଣାପଡିଛି ।