ଅନ୍ୟାନ୍ୟ

ଧନୁଯାତ୍ରା ମହୋତ୍ସବ ଉଦଘାଟିତ, ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପରାମର୍ଶ

By Swagatika Samantray

October 20, 2024

 

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ଖଣ୍ଡହତା -ପିପଳବାହାଳ ପୂଜା କମିଟି ପକ୍ଷରୁ ଧନୁଯାତ୍ରା ମହୋତ୍ସବ ଶୁକ୍ରବାର ଉଦଘାଟିତ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ତହସିଲଦାର ମନୋଜ ପ୍ରଧାନ, ସମ୍ମାନିତ ଅତିଥି ଭାବେ ଥାନା ଆଇଆଇସି ବିଭୂତି ପ୍ରଧାନ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଅର୍ଜୁନ ପାଣ୍ଡେ, କମିଟିର ସଭାପତି ପ୍ରଦୀପ ପ୍ରଧାନ, ସମ୍ପାଦକ ସୁଧା ସାଗର ପ୍ରଧାନ ଯୋଗ ଦେଇଥିଲେ। ୧୦ ଦିନ ଧରି ଚାଲୁଥିବା ଧନୁଯାତ୍ରା ମହୋତ୍ସବକୁ ସମସ୍ତ ଦର୍ଶକ ଶାନ୍ତି ଶୃଙ୍ଖଳା ସହ ଉପଭୋଗ କରିବାକୁ ପରାମର୍ଶ ଦେଇଥିଲେ। ପ୍ରଥମ ରଜନୀରେ ଦୁର୍ମିଳା ବଦ୍ଧ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ବହୁ ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳୁଛି।