ଅନୁଗୁଳ: ଆଜି ତାଳଚେର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଗୋଟିଏ ପରିବାରର ୪ ଜଣ ସଦସ୍ୟ ଧାରଣା ଦେଇଛନ୍ତି। ଏହି ପରିବାରର ଅଭିଯୋଗ ମୁତାବକ, ଦୀର୍ଘ ବର୍ଷ ପୂର୍ବେ ତାଳଚେର ଏମସିଏଲର ହିଙ୍ଗୁଳା ଓ ଭରତପୁର କ୍ଷେତ୍ର ଦ୍ଵାରା ତାଙ୍କ ଜମି ଅଧିଗ୍ରହଣ କରାଯାଇଥିଲେ ସୁଦ୍ଧା ଏଯାବତ କୌଣସି ନିଯୁକ୍ତି କିମ୍ବା ଥଇଥାନ ପ୍ରଦାନ କରାନଯାଇନାହିଁ। ପୀଡିତ ସୋଲଡା ଗାଁର ସୁରେଶ ବେହେରା ଏ ନେଇ ଖଣି କର୍ତ୍ତୃପକ୍ଷ, ଉପଖଣ୍ଡ ପ୍ରଶାସନ ଓ ଜିଲ୍ଲା ପ୍ରଶାସନକୁ ବାରମ୍ବାର ଅବଗତ କରାଇଥିଲେ। କିନ୍ତୁ ଏବେ ଯାଏଁ କୌଣସି ସୁଫଳ ନ ମିଳିଥିବାରୁ ବାଧ୍ୟ ହୋଇ ତାଳଚେର ଉପଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ଧାରଣାରେ ବସିଥିବା କହିଛନ୍ତି।