ଅନ୍ୟାନ୍ୟ

ନିଯୁକ୍ତି ଦାବି: ଜିଲ୍ଲାପାଳ ଅଫିସ ସାମ୍ନାରେ ଏନ୍‌ଟିପିସିର ଟିଟିପିଏସ୍‌ ପ୍ଲାଣ୍ଟ ଦ୍ବାରା କ୍ଷତିଗ୍ରସ୍ତ ପ୍ରଜାଙ୍କ ଧାରଣା

By Angul TV Bureau

February 25, 2025

ଅନୁଗୁଳ: ନିଯୁକ୍ତି ଦାବିରେ ଏନ୍‌ଟିପିସିର ଟିଟିପିଏସ୍‌ ପ୍ଲାଣ୍ଟ ଦ୍ବାରା କ୍ଷତିଗ୍ରସ୍ତ ପ୍ରଜା ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି।

ସେମାନେ ଅଭି‌ଯୋଗ କରିଛନ୍ତି ଯେ, ଟିଟିପିଏସ୍‌ ପ୍ଲାଣ୍ଟ ପାଇଁ ସେମାନେ ଜମି ହରାଇଛନ୍ତି। କିନ୍ତୁ ତ୍ରୁଟିପୂର୍ଣ୍ଣ ତଥ୍ୟ ପାଇଁ ଆଜି ଯାଏଁ ନିଯୁକ୍ତି ପାଇନାହାନ୍ତି। ୬୫ଟି କ୍ଷତିଗ୍ରସ୍ତ ପରିବାର ଏ ନେଇ ପ୍ରଶାସନକୁ ବାରମ୍ବାର ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ। ତେଣୁ ସେମାନେ ବାଧ୍ୟ ହୋଇ ଆଜିଠାରୁ ଧାରଣା ଦେଇଥିବା କହିଛନ୍ତି। ତେବେ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ସେମାନେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି।