ମୁଖ୍ୟ ଖବର

ଠିକା ଶ୍ରମିକଙ୍କ ମୃତ୍ୟୁ: ନିଯୁକ୍ତି ଦାବିରେ ନାଲକୋ ପ୍ଲାଣ୍ଟ ଗେଟ ସାମ୍ନାରେ ପରିବାର ଲୋକଙ୍କ ଆନ୍ଦୋଳନ

By Angul TV Bureau

January 16, 2025

ଅନୁଗୁଳ: ଅନୁଗୁଳ ନାଲକୋ ପ୍ଲାଣ୍ଟରେ ଠିକା ଶ୍ରମିକ ଭାବେ କାମ କରୁଥିବା ଜଣେ ବ୍ୟକ୍ତିଙ୍କର ବୁଧବାର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ମୃତକ ହେଲେ ନାଲକୋ ଥାନା ଅନ୍ତର୍ଗତ କନ୍ୟାବେଢ଼ା ଗ୍ରାମର ଅମୂଲ୍ୟ ସାହୁ ବୟସ (୫୮)। ଅମୂଲ୍ୟଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଲୋକ କ୍ଷତିପୂରଣ ଦାବିରେ କମ୍ପାନୀ ଗେଟ୍ ସାମ୍ନାରେ ଆନ୍ଦୋଳନରେ ବସିଛନ୍ତି।

ସୂଚନା ମୁତାବକ, ପ୍ଲାଣ୍ଟ ଭିତରେ କାମ କରୁଥିବା ବେଳେ ଅମୂଲ୍ୟ ହଠାତ ଅସୁସ୍ଥ ହୋଇପଡିଥିଲେ। କିଛି ଦିନ ଚିକିତ୍ସିତ ହେବା ପରେ ସେ ସୁସ୍ଥ ହୋଇ ପୁଣି କାମରେ ଯୋଗ ଦେଇଥିଲେ। ତେବେ ବୁଧବାର ପୁଣି ତାଙ୍କ ଦେହ ଖରାପ ହେବାରୁ ପରିବାର ଲୋକେ ଅମୂଲ୍ୟଙ୍କୁ ଅନୁଗୁଳ ମେଡିକାଲରେ ଭର୍ତ୍ତି କରିବାକୁ ନେଇଥିଲେ। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅମୂଲ୍ୟ ନାଲକୋ ପ୍ଲାଣ୍ଟରେ ଦୀପ୍ତି ଏଣ୍ଟରପ୍ରାଇଜର୍ସ ନାମକ ଠିକା ସଂସ୍ଥାରେ କାମ କରୁଥିଲେ। ଏଣୁ ମୃତକଙ୍କ ପରିବାର, ଗ୍ରାମବାସୀ ଏବଂ ବିଭିନ୍ନ ଠିକା ସଂଗଠନ ତରଫରୁ ଅମୂଲ୍ୟଙ୍କ ସ୍ଥାନରେ ତାଙ୍କ ପୁଅଙ୍କୁ ନିଯୁକ୍ତି ଦେବା ପାଇଁ ଦାବି କରି ଆନ୍ଦୋଳନ ଜାରି ରଖିଛନ୍ତି। ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବାରୁ ଥାନା ଅଧିକାରୀ ପ୍ରଦୀପ୍ତ ମହନ୍ତ ଏବଂ ସିଆଇଏସଏଫ୍ ଯବାନ ଘଟଣାସ୍ଥଳରେ ମୁତୟନ ହୋଇଥିବା ଜଣାଯାଇଛି।