ମୁଖ୍ୟ ଖବର

ଟ୍ରାନ୍ସଫର୍ମର ପାଇଁ ଟିପିସିଓଡ଼ିଏଲ ଅଫିସରେ ତାଲା ପକାଇଲେ ତାଳବୁରି ସାହି ବାସିନ୍ଦା

By Angul TV Bureau

October 03, 2023

ଅନୁଗୁଳ: ଟ୍ରାନ୍ସଫର୍ମର ମରାମତି ପାଇଁ ଦାବି କରି କରି କେହି ନ ଶୁଣିବାରୁ ଆଜି ସ୍ଥାନୀୟ ଛେଳିଆପଡା ପଞ୍ଚାୟତ ତାଳବୁରି ସାହି ବାସିନ୍ଦା ଆଜି ସକାଳେ ଟିପିସିଓଡ଼ିଏଲ କାର୍ଯ୍ୟାଳୟରେ ତାଲା ପକାଇ ଧାରଣା ଦେଇଛନ୍ତି।

ଅଞ୍ଚଳବାସୀଙ୍କ ଅଭିଯୋଗ କରିଛନ୍ତି ଯେ କିଛି ଦିନ ହେଲା ଛେଳିଆପଡା ପଞ୍ଚାୟତ ତାଳବୁରି ସାହିରେ ଟ୍ରାନ୍ସଫର୍ମର ପୋଡି ଯାଇଥିଲା। ଅଭିଯୋଗ ପରେ ବି ନୂଆ ଟ୍ରାନ୍ସଫର୍ମର ନ ଲାଗିବାରୁ ଆଜି ବାଧ୍ୟ ହୋଇ ସେମାନେ ଟିପିସିଓଡ଼ିଏଲ କାର୍ଯ୍ୟାଳୟରେ ତାଲା ପକାଇ ଧାରଣାରେ ବସିଛନ୍ତି। ଟିପିସିଓଡ଼ିଏଲ କର୍ମଚାରୀ ଆସି ଲୋକଙ୍କୁ ବୁଝାସୁଝା କରିବା ସହ ଆସନ୍ତାକାଲି ଟ୍ରାନ୍ସଫର୍ମର ଲଗାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଲୋକେ ଧାରଣା ପ୍ରତ୍ୟାହୃତ କରିଥିବା ଜଣାଯାଇଛି।