ମୁଖ୍ୟ ଖବର

୭ ଦଫା ଦାବି ନେଇ ନାଲକୋର ଆଲୁମିନିୟମ ମଜଦୁର୍ ସଂଘ ପକ୍ଷରୁ ନିର୍ବାହୀ ନିର୍ଦ୍ଦେଶକଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ଓ ଧାରଣା

By Angul TV Bureau

April 25, 2023

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଥିବା ନବରତ୍ନ ସ୍ୱୀକୃତି ପ୍ରାପ୍ତ ନାଲକୋ ଏବେ ବିଭିନ୍ନ ସମସ୍ୟା ଦେଇ ଗତି କରୁଛି। ଏଣୁ ନାଲକୋର ଆଲୁମିନିୟମ ମଜଦୁର ସଂଘ ପକ୍ଷରୁ ନିର୍ବାହୀ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତି ପୂର୍ଣ୍ଣ ଧାରଣା ଦେବା ସହିତ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ଏ ଅବସରରେ କର୍ମଚାରୀମାନେ ପ୍ରାୟ ୧୨ ବର୍ଷରୁ ଅଧିକ ସମୟ ହେବ ସ୍ଥାୟୀ ନିଯୁକ୍ତି ନ ହେବା, ନାଲକୋ ଦ୍ଵାରା ପରିଚାଳିତ ଦୁଇଟି ସ୍କୁଲରେ ଶିକ୍ଷକର ଅଭାବ, ନାଲକୋର କ୍ୟାଟରଗୁଡ଼ିକର ସଠିକ ଆବଣ୍ଟନରେ ପ୍ରଶାସନିକ ବିଭାଗର ମନୋମୁଖୀ କାର୍ଯ୍ୟ ଦ୍ଵାରା କମ୍ପାନୀରେ କାର୍ଯ୍ୟରତ କର୍ମଚାରୀଙ୍କୁ ହଇରାଣ କରାଯିବା ଆଦି ବିଷୟକୁ ନେଇ ସାତ ଦଫା ଦାବି କରିଥିଲେ।

ଆଲୁମିନିୟମ ମଜଦୁର ସଂଘର ସଭାପତିଙ୍କ କହିବାନୁସାରେ, ଯେ ପର୍ଯ୍ୟନ୍ତ ନାଲକୋ ପ୍ରଶାସନ ପକ୍ଷରୁ କୌଣସି ଲିଖିତ ପ୍ରତିଶ୍ରୁତି ମିଳିନାହିଁ ସେବେ ଯାଏଁ ଏ ବିକ୍ଷୋଭ ଜାରି ରହିବ।